Odisha news

ରେଶମ ସହର ବ୍ରହ୍ମପୁର ସହରରେ ଏକ ଲୋମହର୍ଷକାରୀ ଘଟଣା ଘଟିଛି 

0
ସହରର ଜଣେ ନାବାଳିକା ତଥା ଯୁକ୍ତ ୨ ଛାତ୍ରୀଙ୍କୁ ତାଙ୍କ 5 ଜଣ ସହଯୋଗୀ  ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ବୈଦ୍ୟନାଥପୁର ଥାନା ପୁଲିସ ପିଡିତାଙ୍କ ଡାକ୍ତରୀମାଇନା କରାଇବା ସହ ଏହି ଗଣବଳାତ୍କାରରେ ସଂପୃକ୍ତ ତାଙ୍କର ଜଣ ପରେ ଜଣେ ସହଯୋଗୀଙ୍କୁ  କାବୁ କରିବାରେ ସଫଳ ହୋଇଛି । ସୂଚନା ଯୋଗ୍ୟ ଯେ ଗତ ତିନି ତାରିଖରେ ନାବାଳିକା ତାଙ୍କର ଅନ୍ୟ ଜଣକ ସହ ପାଠିଙ୍କ ସହ ବୁଲିବାକୁ ଯାଇଥିଲେ । ହେଲେ ସହ ପାଠି ଜଣକ କିଛି କାମ ଥିବା ବେଳେ ସେ ତାଙ୍କୁ ସେଠାରେ ଛାଡ଼ି ଚାଲି ଯାଇଥିଲେ । ଏହାପରେ ସହରର ନୂଆବସଷ୍ଟାଣ୍ଡ ନିକଟରେ ଠିଆ ହୋଇଥିବା ବେଳେ ତାଙ୍କୁ ପରିଚିତ ଜଣେ ଯୁବକ  ନିଜ ରୁମକୁ ଡାକିଥିଲେ  । ପରେ ଯୁବକଙ୍କ ଜଣକ ନାବାଳିକାଙ୍କୁ ମୃଦୁ ପାନୀୟରେ ନିଶା ଦେଇ କହିଥିଲେ ଯେ ମୁଁ ମୋର ମାଙ୍କୁ ଡାକିବାକୁ ଯାଉଛି ତମେ ଏଥରେ ବସି ଥାଉ । ଏହା ପରେ ସେ ଅନ୍ୟ ସାଙ୍ଗ ମାନଙ୍କୁ ନିଜ ରୁମକୁ ଡାକିଥିଲେ  । ମୃଦ୍ୟୁପାନୀୟ ପିଇବା ପରେ ଛାତ୍ରୀ ଜଣଙ୍କ ଅଚେତ ହୋଇ ପଡିଥିଲେ । ଏହା ସୋଜଗ ନେଇ ଜଣେ ପରେ ଜଣେ ଯୁବକ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଦୁଷ୍କର୍ମ କରିଥିଲେ । ଚେତା ଫେରିବା ପରେ ତାକୁ ଘଟଣା ବିଷୟରେ କାହାକୁ କହିଲେ ତତେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।ଏହାପରେ ନାବାଳିକା ଜଣକ ନିଜ ଘରକୁ ନିଜର ବାଇକ ରେ ନେଇଯାଇ ବିଜିପୁର ଠାରେ ଛାଡ଼ିଦେଇଥିଲେ । ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କୁ ଘଟଣା ସମ୍ପର୍କରେ କହିଥିଲେ  । ଏହାପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଥିଲା । ସେହିକ୍ରମରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପିଡିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବା ସହ ଏମକେସିଜି ମେଡିକାଲରେ ଡାକ୍ତରୀ ମାଇନା କରାଯାଇଥିଲା । ଏହାପ‌ରେ ଯେଉଁ ଯୁବକ ଜଣକ ନାବାଳିକାକୁ ଘରକୁ ଡାକି ନେଇଥିଲେ ତାଙ୍କୁ ପୋଲିସ ପ୍ରଥମେ କାବୁ କରିଥିଲା । ଏହା ପରେ ପରେ ଅନ୍ୟ .ଯୁବକମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି  । ମୁଖ୍ୟ ଅଭିଯୁକ୍ତ ହେଲା ଋତୁନ୍ କୁମାର ଦାସ , ରୁଦ୍ର ଜେନା , ଅଭିଳାଷ ପୋଲାଇ ,ଯମୁନା ଗଉଡ , ଆକାଶ ନାୟକ ଘଟଣାରେ ସଂପୃକ୍ତ ଥିବା ସମସ୍ତଙ୍କ  ଡାକ୍ତରୀ ମାଇନା କରାଯାଇଛି । ସେପଟେ ନବାଳିକା ଜଣକ ଥାନାରେ 6ରୁ 7ଜଣ ଯୁବକ ସଂପୃକ୍ତ ଥିବା ନେଇ ଲିଖିତ ଅଭିଯୋଗ କରିଥିବା ବେଳେ ଏହି ଘଟଣାରେ ଆଉ କାହାରି ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଥିବା ବ୍ରହ୍ମପୁର ଏସପି ସାର୍ଥକ ଷଢଙ୍ଗୀ କହିଛନ୍ତି  ।
Ad2
Leave A Reply