ବ୍ରହ୍ମପୁର ,୧୨/୫ ବୁଧବାର ରାତ୍ର ପ୍ରାୟ ୧୧ଟା ବେଳେ ଜଣେ ଯୁବ ବିଜେଡି ନଗର ସମ୍ପାଦକ ସୀମାଞ୍ଚଳ ସାହୁଙ୍କ ଦୋକାନରେ ପଶି ତାଙ୍କୁ ମରଣାନ୍ତକ ଅାକ୍ରମଣ କରାଯାଇଛି। ଏପରିକି ତାଙ୍କ ଦୋକାନରୁ କରିବା ସହ ୧୦ ହଜାର ଟଙ୍କା ଲୁଟ ହୋଇଥିଲା। ଏନେଇ ଗୁରୁବାର ବଡ଼ବଜାର ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ନଂ ୧୦୪/୨୨ ରେ ବିଏମସିର ୫ ନଂ ଓ୍ୱାର୍ଡ ପରାଜିତ ପ୍ରାର୍ଥୀନି ମାମା ସାହୁଙ୍କ ପୁତୁରା ସନାତନ ସାହୁ (୨୬), ତାଙ୍କ ଭାଇ ଶିବ ସାହୁ (୩୨) ଓ ତାଙ୍କ ସ୍ୱାମୀ ପଞ୍ଚୁ ସାହୁ (୪୫)ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପରେ ଏସଡ଼ିଜେଏମ ଜିତେନ୍ଦ୍ରୀୟ ପାଣିଗ୍ରାହୀ ସେମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସୂଚନାଥାଉକି ଗତ ବିଏମସି ନିର୍ବାଚନ ସମୟରେ ସନାତନ ସାହୁଙ୍କ ଖୁଡି ମାମା ସାହୁ କର୍ପୋରେଟର ପ୍ରାର୍ଥୀନି ଥିବା ବେଳେ ସନାତନ ଉକ୍ତ ନିର୍ଵାଚନରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ବିଜେଡି ପ୍ରାର୍ଥିନୀ ପଦ୍ମିନୀ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ। ସୀମାଞ୍ଚଳ ସାହୁ ପଦ୍ମିନୀଙ୍କୁ ସମର୍ଥନ କରିବା ଯୋଗୁଁ ସନାତନଙ୍କ ଖୁଡି ପରାଜିତ ହୋଇଥିଲେ ବୋଲି ସେ ସନ୍ଧେହ କରିଥିଲେ ପରେ ଉଭୟ ସନାତନ ଓ ସୀମାଞ୍ଚଳଙ୍କ ମଧ୍ୟରେ ଫେସବୁକ୍ ଜରିଅାରେ ଝଗଡ଼ା ଚାଲିଥିଲା ବୁଧବାର ସୀମାଞ୍ଚଳ ଫେସବୁକ୍ରେ ସନାତନଙ୍କ ବିରୋଧରେ ଏକ ଅାପତ୍ତି ଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ ଏଥିରେ ସନାତନ ଉତକ୍ଷିପ୍ତ ହୋଇ ତାଙ୍କ ଭାଇ ଓ ଦାଦା ସହ ସୀମାଞ୍ଚଳଙ୍କ ପାଣିଗ୍ରାହୀପେଣ୍ଠସ୍ଥିତ ଏକ ତେଜରାଜି ଦୋକାନକୁ ଯାଇଥିଲେ ସେଠାରେ ସନାତନ ଓ ତାଙ୍କ ସମର୍ଥକମାନେ ସୀମାଞ୍ଚଳଙ୍କୁ ମରଣାନ୍ତକ ଅାକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିଥିଲେ ଏପରିକି ଦୋକାନ କେସ କାଉଣ୍ଟରରେ ଥିବା ୧୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ସୀମାଞ୍ଚଳ ଗୁରୁବାର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ବୋଲି ଥାନାଧିକାରୀ ପ୍ରଶନ୍ତ ଭୂପତି ସୂଚନା ଦେଇଛନ୍ତି।