ବ୍ରହ୍ମପୁର: ମହାବିପତ୍ତି ମାହାମାରୀ କରୋନା ଭୁତାଣୁ ଯେଉଁ ଭାବରେ ବୃଦ୍ଧି ଘଟୁଛି ତାହାକୁ ପ୍ରତିହିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଦିନ ରାତି ସବୁପ୍ରକାର ପଦକ୍ଷେପ ନେବା ସହ ସଚେତନ ବାର୍ତ୍ତା ଜନସାଧାରଣମାନଙ୍କୁ ଜାଣାଯାଇଛି ।ସହର ଠୁ ନେଇ ଗ୍ରାମାଞ୍ଚଳ ଗୁଡିକରେ ମଧ୍ୟ କୋଭିଡ-୧୯ ହସ୍ପିଟାଲ ନିମନ୍ତେ ଯୋଜନା ଆରମ୍ଭ ହେବାକୁ ଯାଉଛି । ପ୍ରତି ବ୍ଳକରେ ୪ଗୋଟି ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଇଛି ।
କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରି ବ୍ରହ୍ମପୁର ଉପଖଣ୍ଡ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଉଛି । ଖାଦ୍ୟପେୟ, ପାନୀୟଜଳ ଏବଂ କୌଣସି ପ୍ରକାର ଅଭିଯୋଗ ଆସିଲେ ଗଞ୍ଜାମ ଜିଲ୍ଲାପାଳ ପହଞ୍ଚି ସ୍ଥିତି ପରଖିଥିବା ମଧ୍ୟ ଜାଣାଯାଇଛି । ଏହି ପ୍ରକାର ସମସ୍ତ ସୁବିଧା ଥାଇ ମଧ୍ୟ ମଙ୍ଗଳବାର ଶୀତଳାପଲ୍ଲୀ ଟାଟା କୋଭିଡ଼୍-୧୯ ହସ୍ପିଟାଲରୁ ୨ଜଣ କରୋନା ଆକ୍ରାନ୍ତ ସପ୍ତାହେ ନ ହେବା ପୂର୍ବରୁ ହସ୍ପିଟାଲର ସୁରକ୍ଷା ବଳୟ ଭେଦ କରି ଚମ୍ପଟ ମାରିଥିବା ଏବେ ଆଲୋଡନ ସୃଷ୍ଟି କରିଛି । ସମ୍ବୋଧିନଶୀଳ ଘଟଣାରେ ଚମ୍ପଟ ମାରିଥିବା ଦୁଇ ସନ୍ଧିଗ୍ଧ କିଭଳି କେଉଁ ପରିସ୍ଥିତିରେ ଏବଂ କାହା ସହଯୋଗରେ ଚମ୍ପଟ ମାରିଥିବା ସଫଳ ହେଲେ ତାହା ଏବେ ଚର୍ଚ୍ଚାର ବିଷୟ ପଦାକୁ ଆସିଛି
ଏଭଳି ଘଟଣା ପରେ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲର ପରିଚାଳନା ସୁରକ୍ଷା ଓ କରୋନା ପାଇଁ ଉକ୍ତ ଦିନ ନିୟୋଜିତ ଥିବା କର୍ମଚାରୀଙ୍କ ଉତୋରାଦାୟୀତ୍ୱ ଓ ସ୍ୱଚ୍ଛତା ପ୍ରତି ସ୍ୱଷ୍ଟ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଶିତଲାପଲ୍ଲୀ କୋଭିଡ ହସ୍ପିଟାଲକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅସାଧୁ କର୍ମଚାରୀ ଙ୍କ ଦାୟୀତ୍ୱ ହୀନତାର ଗଳା ବାଟରେ ୨ ସନ୍ଧିଗ୍ଧ ଗଞ୍ଜେଇ ବେପାରୀ ଖସି ପଳାଇଥିବା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ।କରୋନା କଟକଣାକୁ ଆମାନିଆ କରି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଏହି ସମ୍ବୋଧିନଶୀଳ ଘଟଣାରେ ଜଡିତ ଦୋଷୀଙ୍କ ପ୍ରତି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଏବେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।ସୂଚନା ମୁତାବକ ୩ ତାରିଖ ମଧ୍ୟରାତିରେ ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡ ନିକଟରୁ ଦୁଇ ଜଣ ଖୋର୍ଦ୍ଧା ବାଦଗଡ଼ ବ୍ରିଟ୍ କଲୋନୀର ଅର୍ଜୁନ ସ୍ବାଇଁ ଓ ରମେଶ ଚନ୍ଦ୍ର ପ୍ରଧାନ ଅବକାରୀ ଗୁଇନ୍ଦା ଟିମ୍ ଦ୍ବାରା ୧କ୍ବିଣ୍ଟାଲ୍ ଗଂଜେଇ ଓ ଏକ ଟାଟା ସୁମୋ ସହ ଗିରଫ ହୋଇ ୪ ତାରିଖରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ ହୋଇଥିଲେ।
ଜେଲ୍ରେ ଉଭୟଙ୍କ ସ୍ବାବ୍ ସଂଗ୍ରହ କରା ଯାଇଥିଲା। ଗତ ୮ ତାରିଖରେ ସେମାନଙ୍କ ପଜିଟିଭ୍ ରିପୋର୍ଟ ଆସିବା ପରେ ଉଭୟଙ୍କୁ କୋଭିଡ୍ କେୟାର୍ ସେଣ୍ଟର୍ ଓ ପରେ ଗତ ୧୦ ତାରିଖରେ ଟାଟା ଶିତଲାପଲ୍ଲୀ କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ଉଭୟେ ଡାକ୍ତରଖାନା କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଖସି ଯାଇଛନ୍ତି।କୋଭିଡ଼ ହସ୍ପିଟାଲ୍ ସନ୍ଦୀପ ମିଶ୍ରଙ୍କ ଏତଲା ପରେ ପୋଲିସ ବିଚଳିତ ହୋଇ ଆକସନ ମୁଡରେ କେଶ ନଂ ୧୦୧/୨୦ରେ ମାମଲା ରୁଜୁ କରି ଫେରାର ଦ୍ୱୟଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖାନ୍ ତଲାସ୍ ଚଳାଇଥିବା ସୂଚନା ମିଳିଛି ।
|
ReplyReply allForward
|
