ବ୍ରହ୍ମପୁର,୧୫/୧୨ ବଡ଼ବଜାର ଥାନା ଫାଷ୍ଟଗେଟ ଡୁଡୁମା କଲୋନିରେ ଓମ୍ ଇ-ବିଲ୍ସ୍ ଏଣ୍ଡ୍ ଇ-ବାଇକ୍ ସେଲସ୍ ସର୍ଭିସ୍ରେ ଅଗ୍ନିକାଣ୍ଡ । ୧୦ଟି ବ୍ୟାଟେରି ବାଇକ୍ ଜଳିଯାଇଥିବା ଅଭିଯୋଗ କରିଛନ୍ତି
ଆଉଟଲେଟ୍ ମାଲିକ ଓମ୍ ପ୍ରକାଶ ପଣ୍ଡା । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିବା ସହ ଅଗ୍ନିକାଣ୍ଡ କେମିତି ହେଲା ଅନୁସନ୍ଧାନ କରିଛି । ସଟ୍ ସର୍କିଟ୍ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏହାର ତଦନ୍ତ ଜାରି ରହିଛି । ଆଉଟ୍ଲେଟ୍ ମାଲିକ ପଣ୍ଡାଙ୍କ ସୂଚନା ପ୍ରକାରେ ଆଜି ଅପରାହ୍ନ ଗୋଟାଏରେ ଗୋଟିଏ ବାଇକ୍ରୁ ନିଆଁ ବାହାରିଥିଲା। ପରେ ସେଠାରେ ଥିବା ୧୦ଟି ବାଇକ୍ରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା। ପ୍ରାୟ ୧୫ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଅଗ୍ନିଶମ ବିଭାଗ କ୍ଷୟକ୍ଷତି ଆକଳନ ଜାରି ରଖିଛି।
