Odisha news

ଟ୍ରେନ୍‌ ଧକ୍କାରେ ଯୁବକ ମୃତ

0
ବ୍ରହ୍ମପୁର,୧୫/୧୨ ଆଜି ସକାଳେ ହଳଦିଆପଦର ଗୋବିନ୍ଦ ବିହାର ନିକଟରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କର ପରିଚୟ ମିଳିନଥିବା ବେଳେ ସରକାରୀ ରେଳବାଇ ପୁଲିସ (ଜିଆର୍‌ପି) ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି। ଶବ ସଂରକ୍ଷିତ ଗୃହରେ ଯୁବକଙ୍କ ମୃତଦେହ ରଖାଯାଇଛି। ୭୨ଘଣ୍ଟା ମଧ୍ୟରେ ପରିଚୟ ନମିଳିଲେ ତାହା ବ୍ୟବଚ୍ଛେଦ କରାଯିବ । ଜିଆର୍‌ପି ସୂଚନା ପ୍ରକାରେ ଆଜି ସକାଳେ ଯୁବକ ଜଣକ ଟ୍ରେନ୍ ଲାଇନ୍ ପାରି ହେଉଥିବା ବେଳେ ଏକ ଯାତ୍ରୀବାହୀ ଟ୍ରେନ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ପରିଚୟ ମିଳିନାହିଁ । ତାଙ୍କର ବୟସ ଆନୁମାନିକ ୪୨ ହେବ ବୋଲି ଅନୁମାନ କରାଯାଉଛି।

Leave A Reply