Odisha news

ମଣ୍ଡଳ ସ୍ତରୀୟ ବାଘ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
ବ୍ରହ୍ମପୁର- ବ୍ରହ୍ମପୁର ମଣ୍ଡଳ ସ୍ତରୀୟ  ବାଘ ଗଣନା ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜୟ ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ରହ୍ମପୁର ବନ ମଣ୍ଡଳ ଅନ୍ତର୍ଗତ ବ୍ରହ୍ମପୁର, ଉତ୍ତର ଘୁମୁଷର, ଦକ୍ଷିଣ ଘୁମୁଷର, ପାରଲାଖେମୁଣ୍ଡି, ବୌଦ୍ଧ, ଫୁଲବାଣୀ, ବାଲିଗୁଡା ବନଖଣ୍ଡର ସମସ୍ତ ବନଖଣ୍ଡ ଅଧିକାରୀ, ଅତିରିକ୍ତ ବନ ସଂରକ୍ଷକ, ବନାଞ୍ଚଳ ଅଧିକାରୀମାନେ ଏହି ଶିବିରରେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ପୂର୍ବାହ୍ନ ସମୟରେ ସମସ୍ତ ବନ ଅଧିକାରୀଙ୍କୁ ଆରସିସିଏଫଙ୍କ ବୈଠକ ଗୃହ ପରିସରରେ ପିପିଟି ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଅପରାହ୍ନରେ ସମସ୍ତ ଅଧିକାରୀଙ୍କୁ ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ଟାମଣା ଜଙ୍ଗଳକୁ ନେଇ କିପରି ଏହି ଗଣନା କରିବେ ତାହାର ଡେମୋ ପ୍ରଶିକ୍ଷଣ ଦିଆଯାଇଥିଲେ। ଚଳିତ ବର୍ଷ ରାଜ୍ୟ ତମାମ ସେପ୍ଟେମ୍ବର ୧୫ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବାଘ ଗଣନା ଅନୁଷ୍ଠିତ ହେବ। ପୂର୍ବରୁ ଏ ନେଇ ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡରେ ପ୍ରତି ମଣ୍ଡଳର କିଛି କିଛି ଅଧିକାରୀଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ସେହିଠାରେ ପ୍ରଶିକ୍ଷଣ ନେଇଥିବା ଅଧିକାରୀମାନେ ନିଜ ନିଜ ମଣ୍ଡଳର ବନ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏହାପରେ ରାଜ୍ୟରେ ବାଘର ବିଭିନ୍ନ ସ୍ଥିତି ଓ ପକ୍ରିୟାକୁ ନେଇ ଗଣନା ଅନୁଷ୍ଠିତ ହେବ। ଶନିବାର ଏ ନେଇ ବ୍ରହ୍ମପୁରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିର ବ୍ରହ୍ମପୁର ମଣ୍ଡଳରେ ଥିବା ୭ ଗୋଟି ବନଖଣ୍ଡର ସମସ୍ତ ଅଧିକାରୀ ଗଣ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଶିବିରକୁ ଡିସିଏଫ ରମା ରଞ୍ଜନ ପଟ୍ଟନାୟକ ସଂୟୋଜନା କରିଥିଲେ।t
Nalco
Leave A Reply