Odisha news

ନର୍ସିଂ କର୍ମଚାରୀ ସଂଘର ପ୍ରସ୍ତାବିତ ଆନ୍ଦୋଳନ ସ୍ଥଗିତ

0
ବ୍ରହ୍ମପୁର, ୧୭/୯ : ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ତରଫରୁ ୧୨ଦଫା ଦାବି ନେଇ ଦିଆଯାଇଥିବା ଆନ୍ଦୋଳନ ଡାକରାକୁ ସ୍ଥଗିତ ରଖାଯାଇଛି। ଦାବି ପୂରଣ ନେଇ ଗତ ୭ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ନର୍ସିଂ ଅଫିସର୍‌ମାନେ କଳାବ୍ୟାଜ୍‌ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ। ଦାବି ପୂରଣ ଦିିଗରେ ପଦକ୍ଷେପ ଗ୍ରହଣ ନକଲେ ୧୮ତାରିଖରେ ଭୁବନେଶ୍ବରରେ ଧାରଣା ଦେବାକୁ ସଂଘ ତରଫରୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ଗତ ୧୫ତାରିଖରେ ସରକାରଙ୍କ ଠାରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଏବଂ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କ ଠାରୁ ମିଳିଥିବାପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ତରଫରୁ ଭୁବନେଶ୍ବରରେ ହେବାକୁ ଥିବା ଧାରଣା ସ୍ଥଗିତ ରଖାଯାଇଥିବା ସୂଚନା ଦିଆଯାଇଛି। ଦାବି ପୂରଣ ନହେଲେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ରାଜ୍ୟ ସାଧାରଣ ସମ୍ପାଦକ ଅଶ୍ବିନୀ କୁମାର ଦାସ ଏକ ବିବୃତ୍ତିରେ କହିଛନ୍ତି।

Leave A Reply