Odisha news

ଘର ମାଲିକଙ୍କୁ ୫ ଲକ୍ଷ ଦାଦାବଟି ମାଗି ଦୃଦାନ୍ତ ଅପରାଧୀ ଜାମ୍ ଗିରଫ

0

ବ୍ରହ୍ମପୁର: ଘର ମାଲିକଙ୍କ ଦାଦାବାଟି ମାଗିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ବଡ଼ ବଜାର ପୁଲିସ ଜଣେ ଦୃଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ହରିଡ଼ାଖଣ୍ଡି ଲକ୍ଷ୍ମୀ ବିହାରର ରାକେଶ ସେଠୀ ଓରଫ ଜାମ୍‌(୩୯) । ତାଙ୍କୁ ମାମଲା ନଂ ୯୫/୨୨ରେ ପୁଲିସ ଆଜି କୋର୍ଟ ଚାଲାଣ କରିଛି । ପରେ ତାଙ୍କୁ କୋର୍ଟ ନିର୍ଦ୍ଦେଶ କ୍ରମେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ ବଡ଼ ବଜାର ଥାନା ଅନ୍ତର୍ଗତ ଅମ୍ବିକା ନାଗରର ଦେବାଶିଷ ପାଢ଼ୀଙ୍କ ଘରେ ଅଭିଯୁକ୍ତ ଜାମ୍ ଘର ଭଡ଼ା ନେଇ ରହୁଥିଲେ । ସେ ନିଜକୁ ଜଣେ ସିଭିଲ କଣ୍ଟ୍ରାକ୍ଟର ଭାବରେ ପରିଚୟ ଦେଇ ୨୦୧୮ ମସିହାରୁ ସେହି ଘରେ ରହି ଆସୁଥିଲେ ।

ବିଭିନ୍ନ ସମତେ ଅଭିଯୁକ୍ତ ଜଣଙ୍କ ସଠିକ୍ ସମୟରେ ଭଡ଼ା ଦେଉନଥିବାରୁ ଘର ମାଲିକ ଦେବାଶିଷ ଲକ୍ଷ୍ମୀ ବିହାର ଯାଇ ଅଭିଯୁକ୍ତ ଜାମ୍‌ଙ୍କ ନିକଟରୁ ଭଡା ସଂଗ୍ରହ କରୁଥିଲେ । କିନ୍ତୁ ସେ କିଛି ମାସ ହେବେ ଭଡ଼ା ନଦେବାରୁ ଘରମାଲିକ ତାଙ୍କୁ ବାରମ୍ବାର ଭଡ଼ା ମାଗିଥିଲେ । ଏହାକୁ ନେଇ ଗତ ୧୯ ତାରିଖ ସକାଳ ପ୍ରାୟ ୧୧ ସମୟରେ ଅମ୍ବିକା ନାଗର ସ୍ଥିତ ଦେବାଶିଷ ପାଢ଼ୀଙ୍କ ଘରକୁ ଯାଇ ଅଭିଯୁକ୍ତ ଘରମଲିକଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ଟଙ୍କା ନଦେଲେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏନେଇ ସେ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ଜାମ୍‌ଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତାଙ୍କ ନାମରେ ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ଡାକାୟତି, ହତ୍ୟା ଉଦ୍ୟମ ସହ ଚୋରା ଭଳି ଏକାଧିକ ମାମଲା ଥିବା ପୁଲିସ କହିଛି ।

IEC 2 years
Leave A Reply