Odisha news

ବଳାତ୍କାର ମାମଲାରେ ଯୁବକ ଗିରଫ

0
ବ୍ରହ୍ମପୁର,୧୯ା୮ଜଣେ ଯୁବତୀଙ୍କୁ ବଳାତ୍କାର କରିବା ମାମଲାରେ ବନବଜାର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଗେଟ ବଜାର ଲକ୍ଷ୍ମୀନଗରର ଅମିତ ମହାନ୍ତି(୨୨)। ପୁଲିସର ସୂଚନା ଅନୁଯାୟୀ ଅମିତ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଛାତ୍ରୀ ଜଣକ କଲେଜ ଯାଇଥିବା ବେଳେ ତାଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ଥଣ୍ଡା ପାନୀୟରେ ନିଶା ଦେଇ ତାଙ୍କୁ ବଳାତ୍କାର କରିଥିଲେ। ଏହାସହ ତାଙ୍କର ଅସଂଯତ ଅବସ୍ଥାର ଫଟୋ ଉଠାଇଥିଲେ। ଏହି ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଭୟ ଦେଖାଇ ଛାତ୍ରୀଙ୍କୁ ଅନେକ ଥର ବଳାତ୍କାର କରିଥିଲେ। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଫଳରେ ପୁଲିସ ଏକ ନିଖୋଜ ରିପୋର୍ଟ୬୦/୨୩ରେ ରୁଜୁ କରିଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ଛାତ୍ରୀଙ୍କୁ ତାଙ୍କ ଘରେ ରଖିଛନ୍ତି। ପୁଲିସ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଏହାପରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଏକ ଅପହରଣ ଓ ବଳାତ୍କାର ମାମଲା (ନଂ.୩୦୨/୨୩ ରୁଜୁ କରି ତାକୁ ଶନିବାର କୋର୍ଟଚାଲାଣ କରାଯାଇଛି।
IEC 2 years
Leave A Reply