ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ଟ୍ରଫିକ ସମସ୍ୟା ଦୂର କରିବା ପାଇଁ ଆଜି ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ,ଆମ ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବିଭାଗୀୟ ଅଧିକାରୀ ଖଲ୍ଲୀକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ ନକ୍ସା ପ୍ରସ୍ତୁତ କରି ଥିବା ଉପରେ ଆଲୋଚନା କରିଥିଲେ। ସରକାରୀ ପଦାଧିକାରୀଙ୍କୁ ସାଙ୍ଗରେ ନେଇ ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ଛକ ଓ ଗେଟ ବଜାର ଛକରେ ଦୁଇଟି ନୂତନ ଫ୍ଲାଏ ଓଭର ପ୍ରକଳ୍ପ ପାଇଁ ଜମି ଚିହ୍ନଟ କରି ରାସ୍ତା ନିରୂପଣ କରିବା ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
