ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବ୍ରହ୍ମପୁରର ଯୁବ ନେତା ବିକାଶ ନାୟକ। ଚଳିତ ବର୍ଷ କଂଗ୍ରେସ ପକ୍ଷରୁ ରାଜ୍ୟ, ଜିଲ୍ଲା ଏବଂ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଚୟନ ପାଇଁ ନିର୍ବାଚନ ପକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାତଚନର ଭୋଟ ଗଣତି ଶେଷ ହୋଇଥିବା ବେଳେ 3 ହଜାର 858 ଖଣ୍ଡ ଭୋଟ ପାଇ ବିକାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ଆଜି ଭାରତୀୟ ଯୁବ କଂଗ୍ରେସ ଦ୍ୱାରା ପ୍ରଚଳିତ ଆପରେ ଭୋଟ ବ୍ୟବଧାନ ଘୋଷଣା ସହିତ ବିକାଶ 1 ନମ୍ବରରେ ରହି ବିଜୟୀ ହୋଇଥିବା ଜଣାପଡିଛି। ସେହିପରି ଉକ୍ତ ନିର୍ବାଚନରେ ତିନି ଜଣ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ମୋଟ 6 ହଜାର 194 ଟି ମତଦାନ ହୋଇଥିବା ବେଳେ ସେଥି ମଧ୍ୟରୁ ବିକାଶ ନାୟକ 3 ହଜାର 858 ଖଣ୍ଡ ଭୋଟ, ସନାତନ ସାହୁ 2 ହଜାର 5 ଖଣ୍ଡ ଭୋଟ ଏବଂ ସୁପ୍ରଭା କୁମାରୀ 240 ଖଣ୍ଡ ଭୋଟ ପାଇଥିଲେ। ଏହି ମତଦାନକୁ ନଜରରେ ରଖି ଦଳ ପକ୍ଷରୁ ବିକାଶକୁ ସଭାପତି ରୂପେ ଘୋଷଣା କରାଯାଇଥିବା ବେଳେ ସନାତନ ଓ ସୁପ୍ରଭାଙ୍କୁ ଉପ ସଭାପତି ଭାବେ ଦଳ ଘୋଷଣା କରିଛି। ଏହା ପରେ ବିକାଶଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଛି। ଜାତୀୟ ନେତା ରାହୁଲ ଗାନ୍ଧୀ ଏବଂ ଜାତୀୟ ନେତୃବୃନ୍ଦ ର ଯୁବ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗ ଦେବା ସହ ପ୍ରଥମ ଥର ପାଇଁ ନିର୍ବାଚନୀ ପକ୍ରିୟାରେ ସେ ଯୁବ ସଭାପତି ଭାବେ ଚୟନ ହୋଇଥିବା ବେଳେ ଆଗାମୀ ଦିନରେ ସେ ଜିଲ୍ଲାରେ ଦଳର ସଂଗଠନ କିପରି ସୃଦୃଢ ହେବ ସେ ନେଇ କାର୍ଯ୍ୟ କରିବା ସହ ଯୁବ ସମାଜର ହକ ଓ ଅଧିକାର ପାଇଁ ଲଢେଇ କରିବେ ବୋଲି କହିଛନ୍ତି ନବ ନିର୍ବାଚିତ ଗଞ୍ଜାମ ଜିଲ୍ଲା ଯୁବ ସଭାପତି ବିକାଶ । ଏହି ବିଜୟର ଶ୍ରେୟ ସେ ସମସ୍ତ ଯୁବକର୍ମୀ, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର, ଜେନା, ବରିଷ୍ଟ ନେତା ତଥା ରାଜ୍ୟ ସମ୍ପାଦକ ରଶ୍ମି ପଟ୍ଟନାୟକଙ୍କ ଆଦର୍ଶରେ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଥିବା କହିଛନ୍ତି ଏବଂ ଏହା ସହ ରାଜ୍ୟ ଯୁବ ସଭାପତିଙ୍କ ସମେତ ସମସ୍ତ ନେତୃବୃନ୍ଦଙ୍କୁ ଧନ୍ୟବାଦ୍ ଦେଇଛନ୍ତି ।
