ବ୍ରହ୍ମପୁର,୮।୭ – ଟ୍ରେଡିଂ କରି ଲାଭ ଦେବା ଆଳରେ ଜଣେ ଯୁବକଙ୍କ ଠାରୁ ଜଣେ ଠକ ୧୮ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏ ନେଇ ଠକାମୀର ଶିକାର ହୋଇଥିବା ଯୁବକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ନିମଖଣ୍ଡି ଥାନା ଅନ୍ତର୍ଗତ ଖାରବେଳ ନଗର ମେନ୍ ରୋଡ ଅଞ୍ଚଳର ରୁପେଶ ମହାନ୍ତି(୨୩) ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ସେ ସୁଗି କମ୍ପାନୀରେ େଡଲିଭରୀ ବୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଗୋଷାଣୀନୁଅାଗଁା ଥାନା ଅଧିନ ସଦାନନ୍ଦ ବିହାରର ଜ୍ଞାନରଞ୍ଜନ ଷଡ଼ଙ୍ଗୀଙ୍କ ସହ ବନ୍ଧୁତା ହୋଇଥିଲା। ଜ୍ଞାନରଞ୍ଜନ ରୁପେଶକୁ ହୋଟେଲ ନନ୍ଦନ ଇଣ୍ଟରନେସନାଲର ଅଫିସକୁ ଡାକି ପ୍ରସ୍ତାବ ଦେଇଥିଲେ ସେ ଟ୍ରେଡିଂ କରୁଛନ୍ତି। ଏଥିେର ଟଙ୍କା ବିନିଯୋଗ କଲେ ଅଧିକ ଆୟ ହୋଇପାରିବ। ଫଳରେ ରୁପେଶ ତାଙ୍କୁ ପଥମେ ୧୦ ହଜାର ଟଙ୍କା ଦେଇଥିଲେ। ଏହାପରେ ୩୦ ହଜାର, ଲକ୍ଷେ ୧୬ ହଜାର ଦେଇଥିଲେ। ପରେ ଏକ ଫାଇନାନ୍ସ କମ୍ପାନୀରେ ପରିବାର ସଦସ୍ୟଙ୍କ ସୁନାଗହଣା ବନ୍ଧା ପାକାଇ ଟଙ୍କା ଆଣି ଜ୍ଞାନରଞ୍ଜନଙ୍କୁ ଦେଇଥିଲେ। ଏହିଭଳି ଭାବେ ୧୮ ଲକ୍ଷ ଟଙ୍କା ସେ ଜ୍ଞାନ ରଞ୍ଜନଙ୍କୁ ଦେଇଥିଲେ। ହେଲେ ଜ୍ଞାନ ରଞ୍ଜନ ଲାଭ ଦେଉ ନଥିଲେ କି ମୂଳ ମଧ୍ୟ ଦେଉ ନଥିଲେ। ପରେ ରୁପେଶ ଜାଣିବାକୁ ପାଇଲେ ଜ୍ଞାନରଞ୍ଜନ ବହ୍ମପୁର ସହରର କେତେକ ଲୋକଙ୍କୁ ଅନୁରୂପ ଭାବେ ଚୂନ ଲଗାଇଛନ୍ତି। ତେଣୁ ସେ ବାଧ୍ୟହୋଇ ଥାନାର ଦ୍ବାରସ୍ଥ ହୋଇଥିବା ଏତଲାରେ ଦର୍ଶାଇଛନ୍ତି। ରୁପେଶଙ୍କ ଏତଲାକୁ ଭିତ୍ତିକରି ପୁଲିସ ୨୧୦/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
