ବ୍ରହ୍ମପୁର ୧୨/୬- ସିଏଚ.ଭାସ୍କର ରାଓ ଅାଚାରୀଙ୍କ ତାଲାବନ୍ଦ ଘରୁ ଗତ ମଇ ୨୫ ରେ ସୁନାଗହଣା ଓ ଟଙ୍କା ଚୋରି ହୋଇଥିଲା । ଏହି ଘଟଣାରେ ପୋଲିସ ୪ଜଣିଆ ଲୁଟିଆ ଗ୍ୟାଙ୍ଗ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ସୋମନାଥ ନଗର ଖଜୁରିଆ ରୋଡର ଶେଖ ଆସୁ(୨୫), ଟାଉନ ଥାନା ଅନ୍ତର୍ଗତ ନିଳାଦ୍ରୀବିହାର ୫ମ ଲାଇନର ଇରଫାନ ବେଗ(୨୧) , , ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତିନଗର ମହମ୍ମଦ ବାଶିର (୧୯), ସୋମନାଥନଗର ର ଶେଖ ସମୀର(୧୯) ଓ ଚୋରି ସାମଗ୍ରୀ କ୍ରୟ କରିଥିବା ବଡବ୍ଜ଼ାର ଥାନା ଅନ୍ତର୍ଗତ ଵାଲାଜୀପେଣ୍ଠର ଜାକିର ହୁସେନ ମଲ୍ଲିକ(୪୦)। ପୋଲିସ ଲୁଟିଆଙ୍କ ନିକଟରୁ ଏକ ରୂପା ବିସ୍କୁଟ , ୫୦ଗ୍ରାମର ସୁନା ଗହଣା ଜବତ କରିଛି।ମାମଲା ନମ୍ବର ୧୯୯/୨୩ ରେ ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଗତ ମଇ ୨୧ ତାରିଖରେ ସିଏଚ . ଭାସ୍କର ରାଓ ଆଚାରୀ ନିଜ ପରିବାର ସହ ଘରେ ତାଲା ପକାଇ ଆନ୍ଧ୍ରପ୍ରଦେଶରେ ଥିବା ସୀମାଞ୍ଚଳମ ନୃଶିଙ୍ଗନାଥ ଦର୍ଶନ ପାଇଁ ଚାଲିଯାଇଥିଲେ। ଝୁନୁ ସାହୁ ନାମକ ଜଣେ ମହିଳା ଭାସ୍କରଙ୍କ ଘରେ କାମ କରନ୍ତି। ଭାସ୍କର ଓ ତାଙ୍କ ପରିବାର ଫେରିଯାଇଥିବେ ଭାବି ଗତ ୨୫ତାରିଖ ତାଙ୍କ ଘରକୁ ଯାଇଥିଲେ। ଘରର ଗ୍ରୀଲ ଓ ଭିତର କବାଟ ଖୋଲାଥିବା ଦେଖି ସେ ଗୃହକର୍ତ୍ତା ଭାସ୍କରଙ୍କୁ ଫୋନ କରି ଜଣାଇଥିଲେ। ପରେ ଭାସ୍କର ବ୍ରହ୍ମପୁରରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଏନେଇ ଜଣାଇଥିଲେ। ସେମାନେ ପୋଲିସ କୁ ଖବର କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଗତ ମଇ ୨୬ ତାରିଖରେ ଭାସ୍କର ଵ୍ରହ୍ମପୁର ଫେରି ତାଙ୍କ ଘରର ତାଲା ଭାଙ୍ଗି ଦୁଇଟି ଆଲମୀରାରେ ଥିବା ୮୦ଗ୍ରାମ ର ସୁନା ଗହଣା , ୧୦୦ଗ୍ରାମର ଏକ ରୁପା ବିସ୍କୁଟ ଓ ୧୭ହଜାର ଟଙ୍କା ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ।