ବ୍ରହ୍ମପୁର: ସିକିମ ଠାରେ ୟୁଥ ମେନ ନେସନଲ ବକ୍ସିଂ ଚମ୍ପିୟାନ ସିପ ଆୟୋଜିତ ହେବ। ସିକିମ ସ୍ଥିତ ଗ୍ୟାଙ୍ଗଟକ ଠାରେ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହୋଇ ୧୮ ତାରିଖ ରେ ଶେଷ ହେବ। ଏହି ପ୍ରତିଯୋଗିତା ରେ ଓଡିଶା ର ୧୧ ଭାଗ ନେବେ।
ବକ୍ସଂ ଦଳରେ ଗଞ୍ଜାମ ଜିଲ୍ଲାର ୪ ଜଣ ଟ୍ରେନ ଯୋଗେ ଆଜି ଯାତ୍ରା କରିଛନ୍ତି। ଏହି ୧୧ ଜଣିଆ ଟିମ ରେ ଲଳିତ କୁମାର ପଣ୍ଡା, ଏସ ସାଇ ପ୍ରତାପ, ତାରିଣୀ ଚନ୍ଦ୍ର ସାହୁ ଆଶିଷ କ୍ରିଷ୍ଣା, ଜନ୍ମଞ୍ଜୟ ନାୟକ, ଆୟୁଷ ବେଉରା, ନିରଞ୍ଜନ ଆଙ୍କୁଲ,ଗୋପୀନାଥ ଗୋଛିକର, ରୁଦ୍ର ପ୍ରସାଦ ପଣ୍ଡା, କେ ବିନାୟକ ଦାସ ଓ ଜି ଯୋଗୀ ନନ୍ଦ ରହି ଛନ୍ତି। କୋଚ ଭାବେ ବୁଲୁ ପାତ୍ର ଓ ଜାତୀୟ କୋଚ ତଥା ରେଫ୍ରୀ ଶିଶିର କୁମାର ପାଣିଗ୍ରାହୀ ଓ ଜାତୀୟ ଉପସଭାପତି ଅନିଲ କୁମାର ବହିଦାର ଙ୍କ ନେତୃତ୍ଵରେ ଯାତ୍ରା କରିଛନ୍ତି। ଅମିୟ କୁମାର ଦାସ,ଶିବ ପାତ୍ର, ଲଡୁ କିଶୋର ସାହୁ, ସୁମନ ଦାସ, ବୁଲୁ ପାତ୍ର ସମସ୍ତ ବକ୍ସର ଉଲ ପ୍ରଦର୍ଶନ କରିବେ ବୋଲି ଜିଲ୍ଲା ଆଥଲେଟିକ ସଂପାଦକ ଅଶୋକ ସାହୁ,ପ୍ରଭାକର ରାଓ,ଅଭିନାଶ ନାୟକ, ଅନୁ ପାତ୍ର, ସନ୍ତୋଷୀନି ଗୌଡ, ୱାଇ ରାବଣା, ଉପେନ୍ଦ୍ର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ ପାଣିଗ୍ରାହୀ ଙ୍କ ସମେତ ଶିବ ପାତ୍ର, ଲଡୁ କିଶୋର ସାହୁ, ସୁମନ ଦାସ, ବୁଲୁ ପାତ୍ର ବହୁ କର୍ମ କର୍ତ୍ତା ଆଶା ପ୍ରକଟ କରିଛନ୍ତି।