Odisha news

ବାହାନଗା ରେଳ ଦୁର୍ଘଟଣାର ସୁପ୍ରିମକୋର୍ଟ ତତ୍ବାବଧାନରେ ଏସ ଆଇ ଟି ତଦନ୍ତ ଦାବିରେ ଆସନ୍ତା ୧୨ ରେ ବ୍ରହ୍ମପୁର ଷ୍ଟେସନ ସମ୍ମୁଖରେ ବିକ୍ଷୋଭ

0
ବ୍ରହ୍ମପୁର : ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରିବା ପାଇଁ ୧୨ ରାଜନୈତିକ ଦଳ ପକ୍ଷରୁ ସୁପ୍ରିମକୋର୍ଟ ତତ୍ୱାବଧାନରେ ଏସ ଆଇ ଟି ତଦନ୍ତ, ମୃତ ବ୍ୟକ୍ତିଙ୍କୁ 50 ଲକ୍ଷ କ୍ଷତି ପୂରଣ, ମୃତ ବ୍ୟକ୍ତିଙ୍କ ପରିବାରରୁ ଜଣକୁ ଚାକିରୀ,ରେଳବାଇରେ ଖାଲି ପଡିଥିବା 3 ଲକ୍ଷ 12 ହଜାର ପଦଵୀ ପୂରଣ ,ନିରପେକ୍ଷ ତଦନ୍ତ ପାଇଁ ରେଳ ମନ୍ତ୍ରୀଙ୍କ ଇସ୍ତଫା ଏବଂ ବ୍ରହ୍ମପୁରରୁ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଓ ଦିଲ୍ଲୀକୁ ଟ୍ରେନ ଚଳାଇବା ଓ ପାସିଞ୍ଜେର ଟ୍ରେନ ଭଡା ଲାଗୁକରିବା ଦାବିରେ ଜୁନ 12 ତାରିଖ ଦିନ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ 12 ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସିପିଏମ ଜିଲ୍ଲା ଅଫିସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ କଂଗ୍ରେସ ଦଳ ପକ୍ଷରୁ ପୀତବାସ ପଣ୍ଡା, cpi ପକ୍ଷରୁ ପ୍ରକାଶ ପାତ୍ର, ନୀଳକଣ୍ଠ ଦାସ,cpim ପକ୍ଷରୁ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଓ   cpim red star ପକ୍ଷରୁ ଶଙ୍କର ସାହୁ ପ୍ରମୁଖ ଯୋଗଦେଇ 12 ତାରିଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଲୋଚନା କରିଥିଲେ।ଆପ ଓ ଫରୱାର୍ଡ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରରେ ସାମିଲ ହେବା ପାଇଁ ଘୋଷଣା କରାଯାଇଛି।ଏଥିରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବାକୁ ସମସ୍ତ ଦଳ ପକ୍ଷରୁ ନିବେଦନ କରିଛନ୍ତି।
Nalco
Leave A Reply