Odisha news

ବାଳକ ଓ ବାଳିକା ବକ୍ସିଂ ନିମନ୍ତେ ଚୟନ ପ୍ରକ୍ରିୟା ଆସନ୍ତା ୯ ତାରିଖରେ

0
ବ୍ରହ୍ମପୁର:  ବକ୍ସିଂ ପ୍ରତିଯୋଗିତା   ରାଉରକେଲା ଠାରେ ଆୟୋଜିତ ହେବାକୁ ଥିବା ବେଳେ ଆସନ୍ତା ୯ ତାରିଖ ରେ ଚୟନ ପକ୍ରିଆ ଆରମ୍ଭ ହେବ।  ବାଳକ,ବାଳିକା ବକ୍ସଂ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଏହି ଚୟନ ପ୍ରକ୍ରିୟା ଆସନ୍ତା ୯ ତାରିଖ ଦିନ ବ୍ରହ୍ମପୁର ଷ୍ଟାଡିୟମ ନିକଟସ୍ଥ ଏନସିପି ପଡିଆ ଠାରେ  ଆୟୋଜିତ ହେବ। ରାଜ୍ୟ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲ୍ଲା କ୍ରୀଡା କାର୍ଯ୍ୟଳୟ ଠାରେ ଆୟୋଜନ କରାଯିବ। ସକଳ ୭’ଘଣ୍ଟ ଠାରୁ ୯ ଘଣ୍ଟା ମଧ୍ୟରେ ପହଞ୍ଚି ଭାଗ ନେବା ପାଇଁ ନିଜର ଜନ୍ମ ଗତ ପ୍ରମାଣ ପତ୍ର,ମେଡିକାଲ ସାର୍ଟିଫିକେଟ,ଆଧାର କାର୍ଡ ନେଇ ସଂପାଦକ ପ୍ରଭାକର ରାଓ କମ୍ବା ଜାତୀୟ କୋଚ ତଥା ରେଫ୍ରୀ ଶିଶିର କୁମାର ପାଣିଗ୍ରାହୀ ଙ୍କ ଠାରେ ପଞ୍ଜିକରଣ କରିବାକୁ ଜିଲ୍ଲା ଆଥଲେଟିକ ସଂପାଦକ ଅଶୋକ ସାହୁ ସୂଚନା ଦେଇଛନ୍ତି। ବାଳକ ଓ ବାଳିକା ଜୁନିୟର ବିଭାଗ ରେ ୨୦୦୭ ମସିହା ଜାନୁଆରୀ ଏକ ତାରିଖ  ଠାରୁ ୨୦୦୮ ମସିହା ଡିସେମ୍ବର ମାସ ୩୧ ତାରିଖ ମଧ୍ୟରେ ଓ ସବ ଜୁନିୟର ପାଇଁ ୨୦୦୯ ମସିହା ଜାନୁଆରୀ ମାସ ଏକ ତାରିଖ ଓ ୨୦୧୦ ମସିହା ଡିସେମ୍ବର ମାସ ୩୧ ତାରିଖ ମଧ୍ୟରେ ଜନ୍ମତ ପ୍ରତିଯୋଗୀ ଭାଗ ନେଇ ପାରିବେ ବୋଲି ଜିଲ୍ଲା ଆଥଲେଟିକ  ସମ୍ପାଦକ ଅଶୋକ ସାହୁ ଜଣାଇଛନ୍ତି।

Leave A Reply