Odisha news

ଦାଦା ବଟି ନଦେବାରୁ ପ୍ଲଟ ବ୍ୟବସାୟୀଙ୍କୁ ହାଣିଲେ

0

ଵ୍ରହ୍ମପୁର , ୫/୬- ଜଣେ ଜମି ବେପାରୀଙ୍କୁ ଅଭିଯୁକ୍ତମାନେ ବଟି ମାଗିଲେ। ହେଲେ ସେ ଦାବି ମୁତାବକ ବଟି ଦେବାକୁ ସମର୍ଥ ନୁହେଁ ବୋଲି କହିଲେ। ଫଳରେ ତାଙ୍କୁ ଦୁର୍ବୃତ୍ତମାନେ ହାଣିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ ଭାଇଜାଗ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ଶିକାର ଜମି ବ୍ୟବସାୟୀ ହେଲେ ଧର୍ମନଗରର ବଳିଆ ସାହୁ। ଏ ନେଇ ବଳିଆଙ୍କ ମା’ ବଡ଼ ବଜାର ଥାନାରେ ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି କେତେକ ଅଭିଯୁକ୍ତ ତାଙ୍କ ପୁଅକୁ ଦାଦା ବଟି ମାଗିଲେ। ହେଲେ ସେ ଏହା ନ ଦେବାରୁ ତାଙ୍କୁ ହାଣିଦେଲେ। ପୁଅ ଏବେ ଗୁରୁତର ଅବସ୍ଥାରେ ମୃତ୍ୟୁସହ ସଂଗ୍ରାମ କରୁଛି ବୋଲି ମା’ ପୁଲିସକୁ କହିଛନ୍ତି। ଆକ୍ରମଣର ଶିକାର ବଳିଆଙ୍କ ମା’ କହିଛନ୍ତି ସୋମବାର ସକାଳେ ମୋ ପୁଅ ବାଲୁଙ୍କେଶ୍ବର ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲା। ମନ୍ଦିର ସମ୍ମୁଖରେ ପ୍ରାୟ ୧୧ଟା ବେଳେ ଦୁଇ ଜଣ ଯୁବକ ତାଙ୍କୁ କାତିରେ ହାଣିଲେ। ସେ ଗୁରୁତର ଅବସ୍ଥାରେ ପଡି ଛଟପଟ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସର ସୂଚନା ଅନୁଯାୟୀ ବଳିଆ ଜମି ପ୍ଲଟିଂ ବ୍ୟବସାୟ କରନ୍ତି। ତାଙ୍କୁ କେତେକ ଯୁବକ ବଟି ମାଗିଥିଲେ। ହେଲେ ସେ ବଟି ନ ଦେବାରୁ ତାଙ୍କୁ ଆକ୍ରମଣ କରିଛନ୍ତି। ଏ ନେଇ ୧୯୩/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ଅପରାଧୀଦ୍ବୟଙ୍କୁ ଗିରଫ କରିବା ପାଇଁ ଚଢଉ ଚାଲିଛି ବୋଲି ବଡ଼ ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

Govt
Leave A Reply