Odisha news

ଗଞାମ ଜିଲ୍ଲାରେ ବିଜେପି ସରକାର ହେଲେ ଶିଳ୍ପ ର ବିକାଶ ହେବ : ମନମୋହନ ସାମଲ

0
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପାଞ୍ଚ ବର୍ଷ ଭିତରେ ଶତକଡ଼ା ୯୦ ଜମି କୁ ଜଳଯୋଗାଣ କରିବୁ, ଅଭାବ ଧାନ ବିକ୍ରି ହେବ ନାହିଁ। କଟିନି ଛଟିନି ହେବନାହିଁ। ପାଞ୍ଚ ଟି କ୍ରପ ଫିଟ କରି ରୋଜଗାର ବଢିବାଇବା ପାଇଁ ଯୋଜନା କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରାଯିବ ସହ ରାଜ୍ୟର ଯୁବକ ମାନଙ୍କ ରୋଜଗାର କ୍ଷମ ହେବେ ,ରାଜ୍ୟ ବାହାରେ କୁ ଆଉ ଦାଦନ ଶ୍ରମିକ ଭାବେ ରୋଜଗାର କ୍ଷମ ହେବ। ଧନ ଅଧିଗ୍ରହଣ କରି କୁଇଣ୍ଟାଲ ୨୦୪୦ ଟଙ୍କା ଉପରେ ସବସିଡି ଦେବୁ। ଜଙ୍ଗଲ ଜମି ର ସୁରକ୍ଷା ଓ ବିକାଶ ପ୍ରତି ଧ୍ୟାନ ଦେଇ ପର୍ଯ୍ୟଟନ ର ବିକାଶ କରାଯିବ। ନବ ଦାସ ହତ୍ୟା ଘଟଣାର ଠିକ୍ ଭାବେ ତଦନ୍ତ କରା ଯାଇ ନାହିଁ। ଏହା ନିରପେକ୍ଷ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ। ରାଜ୍ୟ ରେ ଦୁର୍ନୀତି ମୁକ୍ତ ସରକାର ଗଠନ  ରାଜ୍ୟ ରେ ବିଜେଡି ମୁକ୍ତ ସରକାର ଗଠନ କରିବା ପାଇଁ ଯୋଜନା କରାଯାଇଛି।
ବ୍ରହ୍ମପୁର ରେଳ ଷ୍ଟେସନ ର ବିକାଶ ପାଇଁ ୨୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଥିବା ବେଳେ ପୁଣି ୨୦ କୋଟି ଟଙ୍କା ପ୍ରଦାନ କରିବେ ଓ ରାଜ୍ୟ ରେ ୫୨ ରେଳ ଷ୍ଟେସନ ର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଛତ୍ରପୁର ବିଜେପି କର୍ମକର୍ତ୍ତା ମାନେ ରାସ୍ତାରେ ପୁଷ୍ପ ଗୁଛ ଦେଇ ସ୍ବାଗତ କରି ଥିଲେ। ଏହି ଅବସରରେ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ଠାରୁ ଏକ ବିରାଟ ମୋଟର ସାଇକେଲ ରାଲିରେ ଆଣି ଗିରି ରୋଡ ସ୍ଥିତ ପାଢି ସେଲେବ୍ରେସନ ଠାରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ମେଇ ମାସ ୩୦ ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ବିଜେପି ସରକାର ୯ବର୍ଷ ପୂର୍ତ୍ତି ଅବସରରେ ସଫଳତା ର ଓ ବିକାଶ ଉପରେ  ଗାଁ ଗାଁ ରେ କର୍ମ କର୍ତ୍ତା ପହଞ୍ଚି ଜନ ସାଧାରଣଙ୍କୁ ଏହି ସଫଳତା ର କାହାଣୀ କହିବେ ଓ ରାଜ୍ୟ ରେ ବିଜେଡି ସରକାରଙ୍କ ପକ୍ଷରୁ କରିଥିବା ବିକାଶ ଉପରେ ଜନସାଧାରଣଙ୍କୁ ପ୍ରଶ୍ନ କରି  ସଚେତନତା କରିବେ।କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଇ ଥିବା ଆର୍ଥିକ ଅନୁଦାନ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି। କେତେ ବାଟମାରଣା ହେଇଛି।କେତେ ଅନୁଦାନ ଫେରି ଯାଇଛି ତାର ଉପରେ ପ୍ରଶ୍ନ ଉଠାଇଛନ୍ତି। ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବା ମୁଖ୍ୟମନ୍ତ୍ରୀ ଙ୍କ ନୈତିକ ସାହାସ ନାହିଁ। ହତ୍ୟା ଘଟଣାର ବ୍ୟବହୃତ  ଗୁଳି ର ସନ୍ଧାନ ମିଳୁନାହିଁ। ୧୨୦ ରେ ଚାର୍ଜ ସିଟ ଦାଖଲ କରାଯାଇଛି। ଗୋପାଳ ଦାସ ଙ୍କୁ ପାଗଳ ବୋଲି ଦେଶର ସମସ୍ତ ହସପିଟାଲ ରେ ପାଗଳ ବୋଲି ସାର୍ଟିଫିକେଟ ପାଇଁ ଉଦ୍ୟମ କରି ଶେଷରେ ନିରାଶା ହୋଇଛନ୍ତି ବୋଲି ଶ୍ରୀ ସାମଲ କହିଥିଲେ।
ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ,ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର,ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା ସଂଯୋଜକ ସରୋଜ ସାବତ, ମନୋରଞ୍ଜନ ଦ୍ୟାନସାମନ୍ତାରା,ପ୍ରଶାନ୍ତ କର ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଡ଼ା.ସୁବାଷ ସାହୁ,ବିନୋଦ ଚନ୍ଦ୍ର ମିଶ୍ର, ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ପରେଶ ଚନ୍ଦ୍ର ରଥ,ଓ୍ୱାଇ ମୋହନ ରାଓ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି, ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ସତପଥି,ବାଳକୃଷ୍ଣ ସାମନ୍ତରା,ସୁଶିଳା ମଲ୍ଲିକ,ଲକ୍ଷ୍ମୀ ନାରାୟଣ ପଣ୍ଡା,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା, ବରିଷ୍ଠ ନେତା ସୁରେଶ ପାଢ଼ୀ,କାମନା ପାଢ଼ୀ,କର୍ପୋରେଟର ଡ଼ି.କରୁଣାକର, ସବିତା ସାହୁ,ରଞ୍ଜିତା ବେହେରା,ବନିତା ସାହୁ,ସବିତା ନାୟକ,ନୀଳକଣ୍ଠ ସାହୁ ପ୍ରମୁଖଙ୍କ ସମେତ ମଣ୍ଡଳ ସଭାପତି,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ ।
Leave A Reply