ମହାନଗର ନିଗମ କର୍ପୋରଟ ବୈଠକ,କ୍ଷୋଭ ପ୍ରକାଶ କଲେ ବହୁ କର୍ପୋରଟର,ରାସ୍ତା,ନାଳ,ପରିମଳ ଉପରେ ଆଲୋଚନା
ବ୍ରହ୍ମପୁର : ମହାନଗରର ନିଗମ ର ଉନ୍ନତ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉ ଥିବା ବେଳେ କେବଳ ଏହି କାର୍ଯ୍ୟକ୍ରମରେ ଅଫିସର ମାନେ ହିଁ ସମସ୍ତ ସ୍ଥାନରେ ପହଞ୍ଚି ସମୀକ୍ଷା କରୁଛନ୍ତି। ଏହି ସବୁ ବିଷୟ କର୍ପପୋରେଟର ମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ଆଜି ମହାନଗରର ନିଗମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
ମହାନଗରର ନିଗମ ସାଧାରଣ ପରିଷଦ ଏହି ବୈଠକରେ କ୍ଷୋଭ ପ୍ରକାଶ କରିଛନ୍ତି। ସମସ୍ତ ୱାର୍ଡ ର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା ରେ ପାତର ଅନ୍ତର ନିତି ଗ୍ରହଣ କରାଯାଇଛି।ଠିକ୍ ସମୟରେ ବାର୍ଦ୍ଧକ୍ୟ ଭତ୍ତା,ବିକଳାଙ୍ଗ ଭତ୍ତା ଓ ବିଧବା ଭତ୍ତା ଭଳି ସମସ୍ତ ପ୍ରକାର ଭତ୍ତା ଯୋଗାଇ ଦେବା ଓ ନିର୍ଦ୍ଦିଷ୍ଟ ତାରିଖରେ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ସେହିପରି ହରିଶ୍ଚନ୍ଦ୍ର ଯୋଜନାରେ ସମସ୍ତ ବ୍ଲକ ରେ ସରପଞ୍ଚ ମାନଙ୍କ ପକ୍ଷରୁ ଖବର ପାଇଲେ ସଙ୍ଗେ ସଙ୍ଗେ ହିତାଧିକାରୀଙ୍କୁ ଟଙ୍କା
ଦିଆ ଯାଉଛି। ମହାନଗରର ନିଗମ ଏହି ଯୋଜନା ରେ ପାଞ୍ଚ ରୁ ଛ ମାସ ସମୟ ବିଳମ୍ବ ରେ ପ୍ରଦାନ କରାଯାଇଛି।ତେଣୁ କର୍ପପୋରେଟର ମାନେ ହିତାଧିକାରୀଙ୍କୁ ନିକଟରେ ଅସନ୍ତୋଷ ର ଶୀକାର ହେଉଛନ୍ତି। ଆଜି ମହାନଗର ନିଗମ ପକ୍ଷରୁ ସହର ରେ ରାସ୍ତା, ନାଳ ନିର୍ମାଣ ଓ ପୋଖରୀ ସଫେଇ ଓ ସୌନ୍ଦର୍ଯ୍ୟ କରଣ ଏହାର ବିକାଶ ଦିଗରେ ଆଲୋଚନା କରାଯାଇଥିଲା।
ସହର ର ବିକାଶ ଦିଗରେ ମହାନଗର ନିଗମ ପ୍ରଶାସନ ଓ କର୍ପୋରଟର ମାନଙ୍କ ଉଦ୍ୟମ କରାଯାଇଛି ବୋଲି ମେୟର ସଂଘମିତ୍ରା ଦଳେଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରକାଶ କରିଛନ୍ତି। ନାଳ ଗୁଡିକ ସଫେଇ କାର୍ଯ୍ୟ ବର୍ଷା ଦିନ ପୁର୍ବରୁ ସଫେଇ କାର୍ଯ୍ୟ କଲେ ବର୍ଷ ଦିନେ ନାଳ ପାଣି ଘରେ ପଶିବ ନାହିଁ।ୱାଟକୋ ପକ୍ଷରୁ ୨୪ ଘଣ୍ଟିଆ ଜଳ ଯୋଗାଇ ଦେବାକୁ ଯୋଜନା କାର୍ଯ୍ୟକାରୀ କରାଯାଉଛି। ହାଇମାକ୍ସ ଲାଇଟ,ଷ୍ଟ୍ରିଟଲାଇଟ, ସ୍ମସାନ, କଲ୍ୟାଣ ମଣ୍ଡପ,ସୌଚାଳୟ,
ପୋଖରୀ ସଫେଇ ଓ ଗିରି ମାର୍କେଟ ନିର୍ମାଣକାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି। ମୁନସିପାଲଟି ଟେଷ୍ଟ ହାଉସର ନାମ କୁ ବଦଳା ଯାଇଛି ଓ ମୁନଷିପାଲଟି କଲ୍ୟାଣ ମଣ୍ଡପରେ ଭଡା ନିୟମ ଠାରୁ ଅଧିକ ଟଙ୍କା ଷାଧାରଣ ଲୋକଙ୍କ ଠାରୁ ନିଆ ଯାଉଛି ଯାହା ସରକାରଙ୍କ ରାଜସ୍ୱ ହାନୀ ଘଟୁଛି ବୋଲି ସେଥି ପ୍ରତି ଦୃଷ୍ଟି ଦେବକୁ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା, କମିଶନର ଜେ ସୋନାଲ, ଡେପୁଟି ମେୟର ବିବେକ ରେଡ୍ଡି, ସହକାରୀ କମିଶନର ସନ୍ଦିପ କୁମାର ରାଉତ, ଡେପୁଟି କମିଶନର ଆଶୀର୍ବାଦ ପରିଡା, ଡେପୁଟି କମିଶନର ବିନୋଦ କୁମାର ବେହେରା ଙ୍କ ସମେତ କର୍ପୋରଟର ଦୁର୍ଗା ଲାୟକ, ସବିତା ସାହୁ, ସନ୍ଧ୍ୟା ରାଣୀ ସୁକ୍ଳା ଟି ତ୍ରିପତି ପାତ୍ର, ସମୀର ମିଶ୍ର, ଭାଗିରଥି ମହାରଣା, ସୁରେନ୍ଦ୍ର ମହାରଣା, ପ୍ରଦିପ ଶତପଥୀ,ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ
ସମେତ ବହୁ କର୍ପୋରଟର ଓ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।