Odisha news

ଲକ୍ଷ୍ୟାଧିକ ଭକ୍ତଙ୍କ ଗହଣରେ ଗଲେ ମା ଶାଶୁ ଘରକୁ : ଲକ୍ଷା ଧିକ ଘଟ ଓ ଭକ୍ତଙ୍କ ଭାବ ବିହ୍ଵଳ,ପ୍ରବଳ ଜନସମାଗମ

0
ବ୍ରହ୍ମପୁର : ବିଶ୍ବ ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ଯାତ୍ରା ଲକ୍ଷା ଧିକ ଭକ୍ତଙ୍କ ଭାବ ବିହ୍ଵଳ ଓ ଜୟ ମା ବୁଢୀ ଠାକୁରାଣୀ କି ଜୟ,ହୁଳ ହୁଳି,ଘଣ୍ଟ, ଢୋଲ, ମହୁରୀ ଭଳି ବହୁ ବାଦ୍ୟ ବାଜଣା ଶବ୍ଦ ରେ ଲକ୍ଷା ଧିକ ଭକ୍ତଙ୍କ ସମାଗମ ମଧ୍ୟରେ ମା ବୁଢୀ ଠାକୁରାଣୀ ବାପ ଘର ଅସ୍ଥାୟୀ ମନ୍ଦିର ରୁ ବାହାରି ରାଜ ବାଟି ରେ ପୁଜା ଅର୍ଚ୍ଚନା ପରେ ସାହି ପରିକ୍ରମା କରି ନିଜ ଶାଶୁ ଘର ନିଜ ମନ୍ଦିର କୁ ଫେରି ଥିଲେ। ମା ଭକ୍ତଙ୍କ ଏକ ଭାବ ବିହ୍ଵଳ ପରିବେଶ ମଧ୍ୟରେ ମା ଙ୍କ ଯାତ୍ରା  ସମାପନ ହୋଇ ଯାଇଛି। ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ହେଉ ଥୀବା ଏହି ପରମ୍ପରିକ ଯାତ୍ରା ଏ ଅପର ମହିମା ରହିଛି ।ଯାହା ଫଳରେ ଶ୍ରଧାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳି ଥିଲା। ଗତ ମାସ ୪ ତାରିଖ ଠାରୁ ଆରମ୍ଭ ହୋଇ ୧ ତାରିଖ ରେ ସୋମବାର ଦିନ ଶେଷ ହୋଇଛି। ଏହି ଠାକୁରାଣୀ ଯାତ୍ରାରେ ମା ବାପ ଘର ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ଗତ ୨୮ ଦିନ ଧରି ପୂଜା ଅର୍ଚ୍ଚନା ପରେ ଦର୍ଶନ ଦେଉଥିବା ବେଳେ
ପାରମ୍ପରିକ ରୀତିନୀତି ମଧ୍ୟ ରାତ୍ରରେ ସମ୍ପନ୍ନ ହୋଇଛି। ସେହିପରି ପରମ୍ପରା ଅନୁଯାୟୀ ଦୈନିକ ମହୁରୀ ରାଜାଙ୍କ ରାଜବାଟି ଠାରେ ପୁଜା ଅର୍ଚ୍ଚନା ପରେ ସାହିକୁ ସାହି ଘାଟ ପରିକ୍ରମା କରି ବିଭିନ୍ନ ସାହିରେ ମା ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ଝିଅ ବାହାଘରକୁ ଆସିକା ପରେ ଆତ୍ମୀୟ ସ୍ୱଜନ ମାନଙ୍କୁ ଯେଉଁ ଭଳି ଭାବରେ ତାଙ୍କ ଘରକୁ ଯାଆନ୍ତି ସେହି ଅନୁସାରେ ମାଁ ମଧ୍ୟ ପ୍ରତିଦିନ ସନ୍ଧ୍ୟାରେ ସାହିରୁ ସାହିକୁ ବୁଲି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଝିଅ ଶାଶୂ ଘରୁ ବାପା ଘରକୁ ଆସି ପୁଣି ଶାଶୂ ଘରକୁ ଫେରେ ସେହିଭଳି ମାଁ ମଧ୍ୟ ବାପା ଘରକୁ ଆସି ଶାଶୂ ଘରକୁ ଫେରି ଯାଇଛନ୍ତି । ରାଜ ବାଟି ରେ ପୁଜା ଅର୍ଚ୍ଚନା ପରେ ବଡବଜାର ,ଖାସପା ସାହି ଦେଇ ,ଜଉରା ସାହି ଠାରେ ମାଉସି ମା ଘରେ ପହଞ୍ଚିବା ପରେ ମା ଙ୍କ ପୂଜା ଅର୍ଚ୍ଚନା ଆରତି ପରେ ପୋଡା ପିଠା ଖାଇ ଭାର,ମିଠା,ନଡିଆ ଆଦି ଧରି ଶାଶୁ ଘରକୁ ଗଲା ବେଳେ ବହୁ ଭାର ଓ ଶ୍ରଦ୍ଧା ନେଇ ଯାଇଥାଏ। ସେହିପରି ମାଁ ମଧ୍ୟ ଭକ୍ତଙ୍କ ଗହଣରେ ଶ୍ରଦ୍ଧା ରୂପକ ମାନସିକ ଧାରୀ ଭକ୍ତଙ୍କ ହଜାର ହଜାର ଘଟ ଧରୀ ମା ଙ୍କ ସାଙ୍ଗରେ ଧରି ଚାଲିଥିଲେ। ଯାତ୍ରା ଲକ୍ଷା ଧିକ ଭକ୍ତଙ୍କ ଭାବ ବିହ୍ଵଳ ପରିବେଶ ମଧ୍ୟରେ ସମାପନ ହୋଇ ଯାଇଛି।
 ସହର ର ବିଜିପୁର ,ପୁରୁଣା ବସଷ୍ଟେଣ୍ଡ, ଗିରିଜା ଛକ,ଗିରି ମାର୍କେଟ, ହନୁମାନ ବଜାର ଛକ, ସାନ ବଜାର, ବଡବଜାର ଆଦି ଅଞ୍ଚଳରେ ଯାତ୍ରୀ ମାନଙ୍କୁ ମାଗଣାରେ ମୃଦୁ ପାନୀୟ, ପାନୀୟ ଜଳ,ହାଲୁଆ, ପୁଲିହାରମ,ପଲାଉ ଭଳି  ଅବ୍ୟବସ୍ଥା କରାଯାଇଥିଲା।

Leave A Reply