ବ୍ରହ୍ମପୁର : ବିଶ୍ବ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଜି ୧୯’ତମ ଦିନ ଅବସରରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ମା ଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଆକର୍ଷଣୀୟ ଭିଡ ହୋଇ ଥିବା ବେଳେ ରଥ ଓ କଳାକୁଞ୍ଜ କୁ ଉନ୍ମୋଚନ ବେଳେ ବେଶ ଭିଡ ଜମିଥିଲା। ମୀନାବଜାର ମେଳରେ ଛୋଟ ଛୋଟ ଶିଶୁ ମାନଙ୍କ ସହିତ ପରିବାର ସଦସ୍ୟ ଠାକୁରାଣୀ ଯାତ୍ରା ଯୋଗୁଁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଜନ ସାଧାରଣ ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମନ୍ଦିର ନିକଟରେ ଧର୍ମ ଝାଣ୍ଡା କୁ ହଳଦୀ ଓ ପଣା ଢାଳି ମାନସିକ ପୁରଣ ହୋଇ ଥାଏ ବୋଲି ମହିଳା ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଲାଗି ଯାଇଥିଲା।ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶମୟ ସୃଷ୍ଟି କରିଥାଏ। ଆଜି ମଧ୍ୟ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା କମ ଥୀବା ବେଳେ ପ୍ରବଳ ଗହଳିରେ ମା ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗି ଥିବା ଦେଖିବାକୁ ମିଳିଛି।ରିତି ନିତି ଅନୁଯାୟୀ ପ୍ରତିଦିନ ଭଳି ଭୋର ପ୍ରାୟ ସାଢେ ଚାରିଟା ସମୟରେ ମାଙ୍କ ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ପୁଣି ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଛଡା ଯାଇଥିଲା। ମା ଙ୍କ ପ୍ରିୟ ଦଧିଅର୍ଣ୍ନ ମଧ୍ୟ ଭୋଗ ଲାଗି କରାଯାଇଥିଲା। ମା ଙ୍କୁ ଦର୍ଶନ ନିମନ୍ତେ ଶ୍ରଧାଳୁ ନିଜ ର ଦୁଃଖ ଜଣାଇବା ପାଇଁ ଭକ୍ତଙ୍କ ପ୍ରବଳ ଜନ ଗହଳି ହେଉ ଥୀବା ଦେଖି ବାକୁ ମିଳିଛି। ମାନସିକ ଧାରୀ ଭକ୍ତ ମାନଙ୍କ ବିଭିନ୍ନ ବେଶ ଧାରଣ କରି ମା ଙ୍କୁ ଦର୍ଶନ କରୁ ଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ପିଲା ଛୁଆ ମାନଙ୍କ ଅବସ୍ଥା ବ୍ୟତିବ୍ୟସ୍ତ ହୋଇ ଯାଉଛି।ବିଶ୍ବପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ମାଙ୍କ ଘଟ ପରିକ୍ରମା ପରମ୍ପରା ଅନୁଯାୟୀ ବାପା ଘରୁ ଘଟ ଧରି ସାହି ପରିକ୍ରମା କରିଥାନ୍ତି। ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରୁ ବାହାରି ରଜାଗୋର୍ଜି ମହୁରୀ ରାଜବାଟି ଠାରେ ରାଜ ପରିବାର ପକ୍ଷରୁ ମା ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ରାଜବାଟିରୁ ବାହାରି ବଡବଜାର, ଚନ୍ଦ୍ରମା ସାହି ପରେ ବଡ ରେଡ୍ଡିକା ସାହି, ସାନ ରେଡ୍ଡିକା ସାହି, କେଦାରେଶ୍ବର ମନ୍ଦିର ସାହି ପରେ ଦେଶୀ ବେହେରା ସାହି ଦେଇ ଅସ୍ଥାୟୀ ମନ୍ଦିର କୁ ଫେରି ଥିଲେ ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି।