Odisha news

ଦୁଇ ବର୍ଷକୁ ଥରେ ଠାକୁରାଣୀ ଯାତ୍ରା,୧୭’ଦିନରେ ବେଶ ମୁଖ୍ୟ ଆକର୍ଷଣ

0
ବ୍ରହ୍ମପୁର: ଦୁଇ ବର୍ଷ କୁ ଥରେ ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ମା ଙ୍କ ଠାରେ ମାନସିକ କରି ଥିବା ବାଘ ବେଶ ସାଙ୍ଗକୁ ବାଦ୍ୟର ତାଳେ ତାଳେ ବାଘ ବେଶ ଧାରଣ କରି ଥିବା ବ୍ୟକ୍ତି ମାନଙ୍କ ବାଘ ନାଚ ବେଶ ଆକର୍ଷଣୀୟ ଦୃଶ୍ୟ ହୋଇ ଥିବା ବେଳେ ଯାତ୍ରା ପାଇଁ ଆସିଥିବା ମେଳରେ ଛୋଟ ଛୋଟ ଶିଶୁ ମାନଙ୍କ ସହିତ ପରିବାର ସଦସ୍ୟ ବେଶ ମଜା ନେଉଛନ୍ତି। ଠାକୁରାଣୀ ଯାତ୍ରା ଯୋଗୁଁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଜନ ସାଧାରଣ ମା ଙ୍କୁ ଦର୍ଶନ କରି ଦୁଃଖ ଜଣାଇବା ପାଇଁ ଆସିଥିବା ଦେଶୀ ବେହେରା ସାହି ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶମୟ ସୃଷ୍ଟି କରି
ଚଳ ଚଞ୍ଚଳ ହୋଇ ଉଠିଛି। ଦୁଇ ବର୍ଷରେ ଥରେ ଅନୁଷ୍ଠିତ ଯାତ୍ରା ରେ ମା ଙ୍କୁ ଦର୍ଶନ କରିବା ପାଇଁ ଦିନ ରାତି ଏକ ହେବା ଭଳି ପରିବେଶ ସୃଷ୍ଟି କରିଛି। ସଂନ୍ଧ୍ୟାରେ ଘଟ ପରିକ୍ରମା କରି ଅସ୍ଥାୟୀ ମନ୍ଦିର କୁ ଫେରି ବା ପରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ  ଦେଖି ବାକୁ ମିଳିଛି।ଠାକୁରାଣୀ ଯାତ୍ରାରେ ଭକ୍ତ ଗହଳି ଚହଳ ହେଉ ଥୀବା ବେଳେ ରାମ,ଲକ୍ଷ୍ମଣ,ହନୁମାନ
,ରାଧା,କୃଷ୍ଣ,ବାବାଜି,ଭିକାରି,ସୋଡ ଗାଜିଆ,ମଢ ବେଶ ଭଳି ବିଭିନ୍ନ ବେଶ ସାଙ୍ଗକୁ ବାଘ ବେଶ ବେଶ ଆକର୍ଷଣୀୟ କରିଥିଲା।ଆଜି ମଧ୍ୟ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇ ଥୀବା ବେଳେ ପ୍ରବଳ ଭିଡରେ ମା ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗି ଥିବା ଦେଖିବାକୁ ମିଳିଛି।ରିତି ନିତି ଅନୁଯାୟୀ ପ୍ରତିଦିନ ଭଳି ଭୋର ପ୍ରାୟ ସାଢେ ଚାରିଟା ସମୟରେ ମାଙ୍କ  ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ପୁଣି ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଛଡା ଯାଇଥିଲା।ଛାମୁଣ୍ଡିଆ ବ୍ୟବସ୍ଥା ସହିତ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରି ବା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମା ଙ୍କୁ ଦର୍ଶନ ନିମନ୍ତେ ଶ୍ରଧାଳୁ ଭକ୍ତଙ୍କ ପ୍ରବଳ ଜନ ଗହଳି ହେଉ ଥୀବା ଦେଖି ବାକୁ ମିଳିଛି। ମନସ୍କାମନା ପୂର୍ଣ୍ଣ ନିମନ୍ତେ ଦର୍ଶନ ଦେଉଛନ୍ତି। ମାନସିକ ଧାରୀ ଭକ୍ତ ମାନଙ୍କ ବିଭିନ୍ନ ବେଶ ଧାରଣ କରି ମା ଙ୍କୁ ଦର୍ଶନ କରୁ ଥିବା ବେଳେ ଦୁଇ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଯାତ୍ରା ରେ ମା ଙ୍କୁ ଦର୍ଶନ ପାଇଁ ଅସହ୍ୟ ଗରମ ଓ ଗୁଳୁଗୁଳି ରେ ପିଲା ଛୁଆ ଙ୍କୁ ଧରି ମା ଙ୍କ ଦର୍ଶନ କରୁଛନ୍ତି ଭକ୍ତ।ଲାଇନ ର ବ୍ୟବସ୍ଥା କରାଯାଇଛି ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି।ବିଶ୍ବପ୍ରସିଦ୍ଧ ଏହି ଠାକୁରାଣୀ ଯାତ୍ରାରେ ମାଙ୍କ ଘଟ ପରିକ୍ରମା ପରମ୍ପରା
ଅନୁଯାୟୀ ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରୁ ବାହାରି ରଜାଗୋର୍ଜି ମହୁରୀ ରାଜବାଟି ଠାରେ ରାଜ ପରିବାର ପକ୍ଷରୁ ମା ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ରାଜବାଟିରୁ ବଡବଜାର, ପାତ୍ର ସାହି, ଜେମି ସାହି, ମଙ୍ଗଳବାରମ ପେଟା, ଇଲୁଭରି ସାହି, ବଡବଜାର  ଦେଇ ନଡିଆ ବଜାର ଦେଇ ଅସ୍ଥାୟୀ ମନ୍ଦିରକୁ ମା
ଫେରି ଥିଲେ ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି।

Leave A Reply