ସମାଜସେବା କୁ ନିଜ ଜୀବନର ମୂଳ ମନ୍ତ୍ର ଭାବେ ଗ୍ରହଣ କରି ଅସହାୟଙ୍କ ପାଇଁ ସାହାରା ପାଲଟିଛନ୍ତି ଛତ୍ରପୁର ସହରର ଶ୍ରୀମତୀ ସସ୍ମିତା ମହାପାତ୍ର l ବିଶେଷ କରି ସମସ୍ତ ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ଉଦେଶ୍ୟରେ ଛତ୍ରପୁର ସହର ରେ ଆନ୍ତର୍ଜାତୀୟ ମାର୍କା ୟୁରୋ ସ୍କୁଲ ପ୍ରତିଷ୍ଠା କରିଛନ୍ତି l ଶକ୍ତି ଏନ ଏଜୁକେଶନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଏହି ସ୍କୁଲରେ ଉତ୍ତମ ଶିକ୍ଷାଦାନ କରାଯିବା ସହ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷାର ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଶ୍ରୀମତି ମହାପାତ୍ର l ଆଉ ଏହାଦ୍ୱାରା ଶିକ୍ଷକ, ଶିକ୍ଷୟତ୍ରୀ ଓ ବହୁ କର୍ମଚାରୀ ଏବଂ ମହିଳା ଓ ଗରିବ ଶ୍ରେଣୀ ର ବ୍ୟକ୍ତି ମଧ୍ୟ ବେଶ ରୋଜଗାରକ୍ଷମ ହୋଇପାରୁଛନ୍ତି l
ଅର୍ଥନୀତିରେ ସ୍ନାତ୍ତକ, ଭାଷା ବିଜ୍ଞାନ ରେ ସ୍ନାତ୍ତକୋତ୍ତର ତଥା ଆଇନ ଶାସ୍ତ୍ର ରେ ସ୍ନାତ୍ତକୋତ୍ତର ଉପାଧି ପ୍ରାପ୍ତ କରି ସାରିବା ପରେ ଛତ୍ରପୁର ସହରରେ ଉତ୍ତମ ଶିକ୍ଷାଦାନ ପ୍ରଦାନ କରିବାର ନିଶା ତାଙ୍କ ମୁଣ୍ଡକୁ ଘାରିଥିଲା l ଏଣୁ 2018 ମସିହା ରେ ସେ ଏହାର ଶୁଭାରମ୍ଭ କରି ତାର ଶୁଚାରୁ ଭାବେ ପରିଚାଳନା କଲେ l ଛତ୍ରପୁର ଅଞ୍ଚଳର ପିଲାମାନଙ୍କୁ ଏକ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଜଣେ ଜଣେ ଉତ୍ତମ ନାଗରିକ ସୃଷ୍ଟି କରିବା ର ଗୁରୁ ଦାୟିତ୍ୱ ନିଜେ ଵହନ କରି ଶିଶୁ ବାଟିକା ରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ କୁ ବର୍ତ୍ତମାନ ଏକ ଉଚ୍ଚ ବିଦ୍ୟାଳୟ ରେ ପରିଣତ କରିପାରିଛନ୍ତି l ଏଠାରେ ବିଏସଇ, ସିବିଏସଇ ଭଳି ବିଭିନ୍ନ ବୋର୍ଡ ର ଶିକ୍ଷା ପ୍ରଦାନ କରାଯାଉଛି l
ସହର ରେ ଅନେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସାମାଜିକ ତଥା ଅର୍ଥ ନୈତିକ ଦୁର୍ବଳ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଶିକ୍ଷାଦାନ ସୁବିଧା ଉପଲବ୍ଧ ନଥିବା ଯୋଗୁଁ ଏହି ବିଦ୍ୟାଳୟ ଉପରୋକ୍ତ ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ ର ବ୍ୟବସ୍ଥା ଯୋଗାଇ ଦେଇଛନ୍ତି l ଯେଉଁଠି କି ଦରିଦ୍ର ସୀମା ରେଖା ତଳେ ଥିବା ତଥା ଅନ୍ୟ ଦୁର୍ବଳ ବର୍ଗର ସର୍ବାଧିକ ପିଲା ଅଧୟନ କରିପାରୁଛନ୍ତି l ଖାଲି ସେତିକି ନୁହେଁ, କୋରନା ମହାମାରୀ ର ପ୍ରଭାବରେ ଯେତେବେଳେ ଛତ୍ରପୁର ବ୍ଲକ ଏବଂ ଆଖପାଖ ଅଞ୍ଚଳର କିଛି ଗରିବ ଶ୍ରେଣୀର ଲୋକେ ଖାଇବାକୁ ପାଉନଥିଲେ ସେତେବେଳେ ଶ୍ରୀମତୀ ମହାପାତ୍ର ନିଯେ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ କିଛି ଖାଦ୍ୟ ସାମଗ୍ରୀ ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ବାପା ମା ଛେଉଣ୍ଡ ପିଲା ମାନଙ୍କୁ ନିଜ ସ୍କୁଲ ରେ ମାଗଣାରେ ଶିକ୍ଷା ଦାନ କରିବା ସହିତ ସେମାନଙ୍କ ସମସ୍ତ ପ୍ରକାର ଖର୍ଚ୍ଚ ନିଜେ ଵହନ କରି ସେମାନଙ୍କୁ ନିଜ ମା ପରି ସ୍ନେହ ଦେଉଛନ୍ତି ଶ୍ରୀମତୀ ମହାପାତ୍ର l ଏଥିପାଇଁ ସେ ଛତ୍ରପୁର ଏବଂ ଆଖ ପାଖ ଅଞ୍ଚଳରେ ଜଣେ ଭଲ ଶିକ୍ଷାବିତ ସହିତ ସମାଜସେବୀ ଭାବେ ବେଶ ଜଣାଶୁଣା l
ସେ ନିଜ ଶିକ୍ଷାଦାନ ଜୀବନ ସହିତ ସମାଜ ସେବା କାର୍ଯ୍ୟରେ ସବୁ ଦିନ ସବୁ ସମୟ ଅତିବାହିତ କରିବେ ବୋଲି ସେ କହିଛନ୍ତି l ଏହି ସବୁ କାର୍ଯ୍ୟ ପାଇଁ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ବହୁତ ସହଯୋଗ ଓ ପ୍ରେରଣା ମିଳୁଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି l