ବ୍ରହ୍ମପୁର : ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଯୋଗୁଁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଜନ ସାଧାରଣ ମା ଙ୍କୁ ଦର୍ଶନ କରି ଦୁଃଖ ଜଣାଇବା ପାଇଁ ଆସିଥିବା ଦେଶୀ ବେହେରା ସାହି ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶମୟ ସୃଷ୍ଟି କରୁଛି। ଠାକୁରାଣୀ ଙ୍କ ଦୁଇ ବର୍ଷ ରେ ଥରେ ଅନୁଷ୍ଠିତ ଯାତ୍ରା ରେ ମା ଙ୍କୁ ଦର୍ଶନ କରିବା ପାଇଁ ଦିନ ରାତି ଏକ ହେବା ଭଳି ପରିବେଶ ସୃଷ୍ଟି କରିଛି। ଦିନ ଓ ରାତି ତମାମ ଭକ୍ତଙ୍କ ଭିଡ ଅସ୍ଥାୟୀ ମନ୍ଦିର ନିକଟରେ ଦେଖି ବାକୁ ମିଳିଛି। ମେରୁ ସଂକ୍ରାନ୍ତି ଦିନ ମେରୁ ଯାତ୍ରା ସମାପନ ପରେ ଠାକୁରାଣୀ ଯାତ୍ରାରେ ଭକ୍ତ ଗହଳି ଚହଳ ହେଉ ଥୀବା ବେଳେ ରାମ, ଲକ୍ଷ୍ମଣ,ହନୁମାନ,ରାଧା,କୃଷ୍ଣ,ବାବା ଜି,ଭିକାରି,ସୋଡ ଗାଜିଆ, ମଢ ବେଶ ଭଳି ବିଭିନ୍ନ ବେଶ ସାଙ୍ଗକୁ ବାଘ ବେଶ ବେଶ ଆକର୍ଷଣୀୟ କରିଥିଲା।ଆଜି ଠାକୁରାଣୀ ଯାତ୍ରାରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇ ଥୀବା ବେଳେ ପ୍ରବଳ ଭିଡରେ ମା ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗି ଥିବା ଦେଖି ବା କୁ ମିଳିଛି। ପ୍ରତିଦିନ ଭଳି ଭୋର ପ୍ରାୟ ସାଢେ ଚାରିଟା ସମୟରେ ମାଙ୍କ ନିତି କାନ୍ତି ଅନୁଯାୟୀ ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ପୁଣି ଦର୍ଶନ କରିବା ପାଇଁ ଜନ ସାଧାରଣ ଙ୍କ ସୁବିଧା ନିମନ୍ତେ ଛଡା ଯାଇଥିଲା। ଭକ୍ତ ଙ୍କ ନିମନ୍ତେ ଛାମୁଣ୍ଡିଆ ବ୍ୟବସ୍ଥା ସହିତ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରି ବା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମା ଙ୍କୁ ଦର୍ଶନ ନିମନ୍ତେ ଶ୍ରଧାଳୁ ଭକ୍ତଙ୍କ ପ୍ରବଳ ଜନ ଗହଳି ହେଉ ଥୀବା ଦେଖି ବାକୁ ମିଳିଛି। ଭକ୍ତ ଙ୍କୁ ଦର୍ଶନ ଦେବା ପାଇଁ ସାହି ସାହି ବୁଲି ଭକ୍ତଙ୍କ ମାନସିକ କରୁ ଥିବା ଜଣାପଡିଛି।ଭକ୍ତ ଙ୍କ ମନସ୍କାମନା ପୂର୍ଣ୍ଣ ନିମନ୍ତେ ଦର୍ଶନ ଦେଉଛନ୍ତି। ମାନସିକ ଧାରୀ ଭକ୍ତ ମାନଙ୍କ ବିଭିନ୍ନ ବେଶ ଧାରଣ କରି ମା ଙ୍କୁ ଦର୍ଶନ କରୁ ଥିବା ବେଳେ ଦୁଇ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଯାତ୍ରା ରେ ମା ଙ୍କୁ ଦର୍ଶନ ପାଇଁ ଅସହ୍ୟ ଗରମ ଓ ଗୁଳୁଗୁଳି ରେ ପିଲା ଛୁଆ ଙ୍କୁ ଧରି ମା ଙ୍କ ଦର୍ଶନ
କରୁଛନ୍ତି ଭକ୍ତ। ମହିଳା ଭକ୍ତ ମାନଙ୍କ ନିମନ୍ତେ ଗୋଟିଏ ଲାଇନ୍ ରହି ଥୀବା ବେଳେ ପୁରୁଷ ମାନଙ୍କ ନିମନ୍ତେ ମଧ୍ୟ ଗୋଟିଏ ଲାଇନ ରହିଛି। ମାନସିକ ବେଶ ଧାରୀ ଭକ୍ତଙ୍କ ନିମନ୍ତେ ଓ କେବଳ ଦର୍ଶନ ନିମନ୍ତେ ମଝି ଲାଇନ ର ବ୍ୟବସ୍ଥା କରାଯାଇଛି ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି।
ପ୍ରଭୁ କୃପା ଲାଭ କରି ଭକ୍ତଙ୍କ ତାଙ୍କ ଦୁଃଖ ଜଣାଇବା ପାଇଁ ଆସିଥିବା ଦେଖିବାକୁ ମିଳିଛି। ବିଶ୍ବପ୍ରସିଦ୍ଧ ଏହି ଠାକୁରାଣୀ ଯାତ୍ରାରେ ମାଙ୍କ ଘଟ ପରିକ୍ରମା
ଏକ ନିଆରା ପରମ୍ପରା ରହିଛି। ଆଜି ଘଟ ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରୁ ବାହାରି ରଜାଗୋର୍ଜି ମହୁରୀ ରାଜବାଟି ଠାରେ ରାଜ ପରିବାର ପକ୍ଷରୁ ମା ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ଆଜି ରାଜବାଟି ରୁ ବଡବଜାର କମଳାବରୀ ସାହି,ଭେଙ୍କଟେଶ୍ବର ମନ୍ଦିର ସାହି, ପାକଲାବରୀ ସାହି, ହନୁମାନ ବଜାର, ଚାଇନା ବଜାର ରୁ ସାନ୍ତାରାଣି ସାହି ଠାରେ ଦୋଳି ରଥକୁ ଉନ୍ମୋଚନ କରି ଅସ୍ଥାୟୀ ମନ୍ଦିର କୁ ଫେରି ଥିଲେ ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି।