Odisha news

ସାମନ୍ତରାୟ ଏକାଡେମୀ ପକ୍ଷରୁ ପୁଲିସ ଓ ରେଳବାଇ ରେ ବାଜି ମାତ : କନେଷ୍ଟବଳ ୩୭ ଓ ଗୃପ ଡି ରେ ୨୫ ଜଣ

0
ବ୍ରହ୍ମପୁର : ସ୍ଥାନୀୟ ଗୋସାଇଁନୂଆଁଗା ମୁଖ୍ୟ ରାସ୍ତା ସ୍ଥିତ ସାମନ୍ତରାୟ ଏକାଡେମୀ ପରିସରରେ ଏକାଡେମୀ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ନିକଟରେ ପ୍ରକାଶ ପାଇଥିବା ପୁଲିସ କନେଷ୍ଟବଳ ୩୭ ଜଣ ଓ ରେଳବାଇ ଗୃପ ଡି ରେ ୨୫ ଜଣ ସର୍ବ ମୋଟ ୬୨ ଜଣ ମନୋନୀତ ହୋଇଛନ୍ତି। ସମସ୍ତ ପରିକ୍ଷାର୍ଥୀ ମାନେ ଉଭୟ  ଲିଖିତ,ମେଡିକାଲ ପରିକ୍ଷା ରେ କୃତ କାର୍ଯ୍ୟ ହୋଇ ଛନ୍ତି। ସଫଳ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କର୍ତବ୍ଯ ପରାୟଣ ହୋଇ ଭବିଷ୍ୟତ ଗଠନ ପାଇଁ ଉପଦେଶ ଓ ପରାମର୍ଶ ଦେଇଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ଏକାଡେମୀ ର ପ୍ରତିଷ୍ଠାତା ଡ ଲଳିତ ମୋହନ ସାମନ୍ତରାୟ ,ଅନୁଷ୍ଠାନ ର ନିର୍ଦେଶକ ଦେବେଶ ସାମନ୍ତରାୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଭୂୟସି ପ୍ରଶଂସା କରିବା ସହିତ  ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏହା ଏକ ମାର୍ଗ ଦର୍ଶନ କରିବ ବୋଲି ସେ କହିଛନ୍ତି।

Leave A Reply