Odisha news

ସର୍ଟ ସର୍କିଟ ଧୂଆଁରେ ଶ୍ୱାସରୁଦ୍ଧ ହେଲେ ଦମ୍ପତ୍ତି

0

ଵ୍ରହ୍ମପୁର , ୧୨/୪- ଘଟଣାରୁ ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଲୋଚାପଡା ନିକଟ ବ୍ରଜନଗରରେ ପ୍ରଥମ ମହଲାରେ ପ୍ରଭାକର ସାହୁ ଓ ତାଙ୍କ ସ୍ତ୍ରୀ ରହୁଥିଲେ। ତାଙ୍କର ପୁଅ ବାହାରେ କାମ କରି ରହୁଛନ୍ତି। ବୁଧବାର ମଧ୍ୟାନ୍ନରେ ଉକ୍ତ ଘରର ତଳ ମହଲାରେ ଫେନ ମରାମତି କାମ କରୁଥିବା ଅରୁଣ କୁମାର ବେହେରା ଉକ୍ତ ଘରର ଉପର ମହଲାରେ ଅଗ୍ନିକାଣ୍ଡ ଲାଗିଥିବା ଦେଖିବାକୁ ପାଇଥିଲେ। ସେ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ସେହିପରି ଉପର ମହଲାରେ  ଗୃହକର୍ତ୍ତା ଶୋଇଥିବା ବେଳେ ଅରୁଣ ସେଠାରେ ପହଞ୍ଚି ଘର କବାଟ ଖୋଲିବାକୁ କହିଥିଲେ। କବାଟ ଭାଙ୍ଗି ଘର ଭିତରେ ଶୋଇଥିବା ଦମ୍ପତ୍ତିଙ୍କୁ ସେ ,ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନ ଜଣାପଡିଛି ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Leave A Reply