ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ମା ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଦର୍ଶନ ଦେଉଛନ୍ତି। ଆଜି ଯାତ୍ରା ର ସପ୍ତମ ଦିନରେ ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରୁ ବାହାରି ରଜାଗୋର୍ଜି ସ୍ଥିତ ମହୁରୀ ରାଜା ଙ୍କ ରାଜବାଟି ଠାରେ ମା ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ପରେ ବଡବଜାର ଖାସପା ସାହି ଦେଇ ଜଉରା ସାହି ମାଉସି ମା ଘରେ ପୂଜା ଅର୍ଚ୍ଚନା ପରେ କାକରା ପିଠା ଭୋଗ ଲାଗି କରା ଯାଇଥିଲା। ପରେ ଖାସପା ସାହି ଠାରେ ହରି ଅର୍ଜୁନ ରଥ,ନୃସିଂହ ମନ୍ଦିର ସାହିରେ ଶ୍ରୀ ରାମ ରଥ,ଚନ୍ଦ୍ର ଶେଖର ମନ୍ଦିର ସାହିରେ ବୀର ହନୁମାନ ରଥ,ଶଙ୍ଖାରୀ ସାହି ର ଲକ୍ଷ୍ମଣ ରଥ,ଜେମାଦେଇପେଣ୍ଠ ରେ ଜଗନ୍ନଥ ରଥ ଓ ପୁରୁଣାବ୍ରହ୍ମପୁର ସାହିରେ ମହାବୀର କର୍ଣ୍ଣ ରଥକୁ ନିମନ୍ତ୍ରଣ କରାଯାଇଥିଲା। ପୁଣି ଖାସପା ସାହି ଦେଇ ନଡିଆ ଗୋର୍ଜି ଦେଇ ଅସ୍ଥାୟୀ ମନ୍ଦିର କୁ ଫେରି ଥିଲେ। ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ହେଉ ଥୀବା ଏହି ଯାତ୍ରାକୁ ଦେଖିବା ପାଇଁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଦର୍ଶନ କରିବା ପାଇଁ ଆସିଥିବା ବେଳେ ଆଜି ସୋମବାର ହୋଇ ଥିବାରୁ ଅସ୍ଥାୟୀ ମଣ୍ଡପ ଠାରେ ମା ଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ମିଳିଛି।
