Odisha news

୧୦୫ କେଜି ଗଞ୍ଜେଇ ଜବତ, ୭ ଗିରଫ

0

ବ୍ରହ୍ମପୁର  ,୧୦/୪-ଅବକାରୀ ଗୁଇନ୍ଦା ବିଭାଗର  ଦୁଇଟି ଟିମ ଗଠନ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ଚଢଉ କରି ୧୦୫ କେଜି ଗଞ୍ଜେଇ, ଏକ କାର , ଗୋଟିଏ ସ୍କୁଟି ସହ ୭ ଟି ମାମଲାରେ ୭ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ଓ ଗାଢ଼ିର ମୂଲ୍ୟ ୨୧ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅବକାରୀ ଟିମ ପକ୍ଷରୁ କୁହାଯାଇଛି।  ଘଟଣାରୁ ପ୍ରକାଶ ଯେ, ଅବକାରୀ ଟିମ ନୂଆ ବସଷ୍ଟାଣ୍ଡ ନିକଟରେ  ରବିବାର ଏକ କାର ନମ୍ବର (ଓଡ଼ି୦୫ ୟୁ -୨୩୧୫) କୁ ଅଟକାଇ ଯାଞ୍ଚ କରିଥିଲା। କାର ଭିତରୁ ଟିମ ୭୫ କେଜି ଗଞ୍ଜେଇ ଜବତ କରିବା ସହ  ପୋଡାମାରିର ଦୀପକ ନାୟକ(୧୮)ଙ୍କୁ କାବୁ କରିଥିଲା। ଏସଂକ୍ରାନ୍ତରେ ୯/୨୩-୨୪ ରେ ଏକ ମାମଲା ରୁଜୁ ହୋଇଥିଲା। ପରେ ଦୀପକଙ୍କ ବୟାନ କୁ ଆଧାର କରି ଅବକାରୀ ଟିମ ବିହାର ଅଞ୍ଚଳର ଭଗବାନ ରାମ(୬୦)ଙ୍କୁ ଧରିବା ସହ ତାଙ୍କ ନିକଟରୁ ୫ କେଜି ଗଞ୍ଜେଇ ଜବତ ହୋଇଥିଲା।

ସେହିପରି ବିହାରର ଦୁର୍ଗେଶ କୁମାର ପାଣ୍ଡେ (୧୯) ଙ୍କ ଠାରୁ ୫କେଜି, ମନୁ ଦୁବେ(୩୨)ଙ୍କ ଠାରୁ ୫ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ବ୍ରମହାନନ୍ଦ ରାଜବରଙ୍କ ଠାରୁ ୫କେଜି ଗଞ୍ଜେଇ , ରୋହିତ କୁମାର ଙ୍କ ଠାରୁ ୫କେଜି ଗଞ୍ଜେଇ ଓ ନୟାଗଡ ଜିଲା ଦଶପଲ୍ଲାର ଅଲେଖ ବେହେରା ଙ୍କ ନିକଟରୁ ଏକ ସ୍କୁଟି ଗାଢ଼ିରୁ  ୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଜେରା ବେଳେ ସେମାନେ ଉକ୍ତ ଗଞ୍ଜେଇ ମୋହନାରୁ ଵ୍ରହ୍ମପୁର ଦେଇ ବିହାର ଚାଲାଣ ହୋଇଥାନ୍ତା ବୋଲି ଜଣାପଡିଛି। ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ଏସଆଇ ଆଜିତ କୁମାର ନାୟକ, ଡ. ଅଶୋକ କୁମାର ସାହୁ,   ଏଏସଆଇ ଅନ୍ତର୍ଯ୍ୟାମୀ ସାହୁ, କନେଷ୍ଟେବଲ କପିଳାଶ ଭତ୍ରା , ବଳରାମ ଜେନା ,କୁମୁଦ ପ୍ରଧାନ ଓ ସନ୍ତୋଷ କୁମାର ନାୟକ ସରୋଜ ସ୍ୱାଇଁ, ସୁଭମ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।

Leave A Reply