Odisha news

୧୭ ଶହ ୪୦ ଲିଟର ସ୍ପିରିଟ ଜବତ , ୩ ଗିରଫ

0

ଵ୍ରହ୍ମପୁର , ୯/୪- ଅବକାରୀ ଗୁଇନ୍ଦା ଟିମ ରବିବାର ସକାଳେ ଦୁଇଟି ସ୍ଥାନରେ ଚଢଉ କରି ୧୭୪୦  ଲିଟର ବେଆଇନ ସ୍ପିରିଟ ଜବତ କରିଛି। ଦୁଇଟି ମାମଲାରେ ତିନିଜଣ ଙ୍କୁ ଗିରଫ କରିଛି। ଵ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ନକଲି ବିଦେଶୀ  ପ୍ରସ୍ତୁତ ପାଇଁ ଏହି ସ୍ପିରିଟ ବ୍ୟବହାର କରାଯାଉଥିବା ଜଣାପଡିଛି। ନକଲି ମଦ ପ୍ରସ୍ତୁତ ପାଇଁ ବେଆଇନ ସ୍ପିରିଟ ଚାଲାଣ ହେଉଥିବା ନେଇ ଅବକାରୀ ବିଭଗକୁ ଖବର ମିଳିଥିଲା। ଏହାକୁ ଆଧାର କରି ରବିବାର ଅବକାରୀ ଡେପୁଟି ସୁପେରଟେଣ୍ଡେଣ୍ଟ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ କାଳୁଆ ଛକ ନିକଟରେ ଗାଡି ଯାଞ୍ଚ କରୁଥିଲେ।ଏକ ସ୍କୁଟି ଗାଡ଼ି ଅଟକାଇ ଯାଞ୍ଚ ବେଳେ ସେଥିରେ ୪୦ ଲିଟର ସ୍ପିରିଟ ଥିବା ଟିମ ଦେଖିବାକୁ ପାଇଥିଲା। ଏସଂକ୍ରାନ୍ତରେ ଜଣେ ଯୁବକ ଶିବାସିସ ଡାକୁଆଙ୍କୁ  ଗିରଫ କରିଥିଲା।  ତାଙ୍କର ବୟାନକୁ ଆଧାର କରି ଟିମ ସିବାଶିଷଙ୍କୁ ଧରି ବଡ଼ଖେମୁଣ୍ଡି ସାହିରେ ଥିବା ଏକ ଗୋଦାମରେ ଚଢଉ କରିଥିଲା। ସେଠାରୁ ୧୫୭ କାର୍ଟୁନ ସ୍ପିରିଟ ଜବତ କରିଥିଲା।  ଉକ୍ତ ଗୋଦାମରୁ ଟିମ ୧୭ ଶହ ଲିଟର ବେଆଇନ ସ୍ପିରିଟ ଜବତ କରିଥିଲା। ସେଠାରେ ଏହି କାରବାର କରୁଥିବା ଦୁଇଜଣଙ୍କୁ ଟିମ ଗିରଫ କରିଥିଲା। ସେମାନେ ହେଲେ ଏହି କାରବାରର ମୁଖିଆ ଫାସିଗୁଡା ଅଞ୍ଚଳର  ଶଙ୍କର ପ୍ରଧାନ (୨୭)ଓ ଅନ୍ୟଜଣେ କର୍ମଚାରୀ ସଂଜୀବ କୁମାର ପ୍ରଧାନ (୨୧)। ଜବତ ସ୍ପିରିଟ ଓ ଗାଢ଼ିର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଡେପୁଟି ସୁପେରଟେଣ୍ଡେଣ୍ଟ ସେଠୀ କହିଛନ୍ତି। ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ, ଏଏସଆଇ ସୁଶାନ୍ତ ମହାଙ୍କୁଡ , ବସନ୍ତ ବାରିକ, କନେଷ୍ଟେବଳ
ବଳରାମ ସ୍ୱାଇଁ ଓ ବିଶ୍ୱନାଥ ପେଣ୍ଠି ପ୍ରମୁଖ ସାମିଲ ଥିଲେ।

Leave A Reply