ବ୍ରହ୍ମପୁର : ବ୍ରହ୍ମପୁର ର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ହେଉ ଥୀବା ବେଳେ ଆଜି ଯାତ୍ରା ର ଚତୁର୍ଥ ଦିନ ରେ ପହଞ୍ଚିଛି। ମା ଙ୍କ ବାପଘର ସ୍ଥାନୀୟ ଦେଶୀ ବେହେରା ସାହି ବାହାରି ମହୁରୀ ରାଜାଙ୍କ ରାଜବାଟି ଠାରେ ମାଁ ଙ୍କୁ ପୁଜା ଅର୍ଚ୍ଚନା ଆରତି ପରେ ସେଠାରୁ ବଡବଜାର, କମାଳାବାରି ପେଟା,ମାର୍ଥା ସାହି,ସାନ୍ତାରାଣି ସାହି ଦେଇ ଭଉଣୀ ମାନଙ୍କୁ ସାଙ୍ଗରେ ଧରି ପୁଣି ଅସ୍ଥାୟୀ ମନ୍ଦିର ବାପ ଘର ଦେଶୀ ବେହେରା ସାହିରେ ପହଞ୍ଚି ଥିଲେ ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି। ଯାତ୍ରା ଆରମ୍ଭ ହୋଇ ଥିବା ବେଳେ ମାଙ୍କ ଦର୍ଶନ କରି ପ୍ରଭୁ କୃପା ଲାଭ ଓ ଆର୍ଶ୍ରୀବାଦ ନିମନ୍ତେ ପ୍ରବଳ ଭକ୍ତଙ୍କ ସମାଗମ ହୋଇ ଥିବା ଜଣାପଡିଛି। ଘଟ ଧରି ସାହି ପରିକ୍ରମାରେ ପି ଦୁର୍ଗା ପ୍ରସାଦ ଙ୍କ ସହିତ ବହୁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହର ସହିତ ବାଦ୍ୟ ବାଜଣା ଢୋଲ,ଘଣ୍ଟ, କାହାଳି,ଶଙ୍ଖ ସହ ଏକ ବିରାଟ ପଟୁଆରରେ ବାହାରି ନଗର ପରିକ୍ରମା କରି ଦେଶୀ ବେହେରା ସାହି ସ୍ଥିତ ବାପ ଘର ଅସ୍ଥାୟୀ ମନ୍ଦିର ରେ ପହଞ୍ଚି ଥିଲେ।ହଜାର ହଜାର ଭକ୍ତଙ୍କ ଗହଣରେ ସ୍ଥାୟୀ ମନ୍ଦିର ରେପହଞ୍ଚି ଫଳ,ପୁଷ୍ପ, ମିଠା ଓ ଫୁଲ ନୈବେଦ୍ୟ ରେ ଭୋଗ ଲାଗି ପରେ ମା ବୁଢୀ ଠାକୁରାଣୀଙ୍କୁ ମୁଖ୍ୟ ଘଟ ପି ଦେବକୀ ଧରି ଥିବା ବେଳେ ଅନ୍ୟ ୮ଟି ପାର୍ଶ୍ବ ଘଟକୁ ପରିବାର ଅନ୍ୟ ସଦସ୍ୟମାନେ ଅସ୍ଥାୟୀ ମନ୍ଦିରରେ ପହଞ୍ଚି ଥିଲେ।
