Odisha news

ସହରରେ ଲୂଟେରା ସକ୍ରିୟ ଦୁଇ ମହିଳାଙ୍କ ବେକରୁ ସୁନା ହାର ଝାମ୍ପିନେଲେ

0

ଵ୍ରହ୍ମପୁର, ୨/୪ – ସହରରେ ଏବେ ଲୂଟେରା ସକ୍ରିୟ ହୋଇ ଉଠିଛନ୍ତି। ଗୋଟିଏ ଘଣ୍ଟାଏ ବ୍ୟବଧାନରେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଦୁଇ ଜଣ ମହିଳାଙ୍କୁ ଧକ୍କା ମାରି ସେମାନଙ୍କ ବେକରୁ ସୁନା ହାର ଝାମ୍ପି ନେଇଛନ୍ତି ଲୂଟେରା ଗ୍ୟାଙ୍ଗ। ଏନେଇ ପୃଥକ ଭାବେ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏସଂକ୍ରାନ୍ତରେ ୧୩୫/୨୩ ଓ ୧୩୬/୨୩ ରେ ଦୁଇଟି ମାମଲା ରୁଜୁ କରିଛି। ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ସିସି ଟିଭି ଫୁଟେଜର ସହାୟତା ନେଇଛି। ଅଦ୍ୟାବଧି ଲୁଟେରାଙ୍କୁ ଧରିବା ତ ଦୂରର କଥା ଚିହ୍ନଟ କରିପାରିନଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ , ଗତ ୩୦ ତାରିଖ ସନ୍ଧ୍ୟା ସାଢେ ୭ଟା’ରେ ଶାନ୍ତି କୁଞ୍ଜରେ ରହୁଥିବା ରଶ୍ମିତା ପାତ୍ର ନିଜର ଦାନ୍ତ ସମସ୍ୟା ନେଇ ଡାକ୍ତରଙ୍କ ସହ ପରମର୍ଶ କରି ଘରକୁ ଫେରୁଥିଲେ।  ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କ କାର୍ଯ୍ୟାଳୟ ନିକଟରେ ଦୁଇଜଣ ଲୂଟେରା ବାଇକ ରେ ଆସି ମହିଳାଙ୍କୁ ଧକ୍କା ମାରିଥିଲେ। ସେ ତଳେ ପଡିଯିବାରୁ ସେମାନେ ମହିଳାଙ୍କ ବେକରୁ ହାର ଝାମ୍ପିନେଇଥିଲେ। ହେଲା ମହିଳା ଜଣଙ୍କ ଏହାର ପ୍ରତିବାଦ କରିଥିଲେ। ଲୁଟେରାଙ୍କ ହାତରେ କିଛି ସୁନା ରହିଥିବା ବେଳେ ତଳେ କିଛି ଅଂଶ  ଖସି ପଡିଯାଇଥିଲା। ପରେ ଲୂଟେରା ମାନେ ସେଠାରୁ ଚମ୍ପଟ ମାରିଥିଲେ। ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ। ସେହିପରି ରାତ୍ର ସାଢେ ୮ ଟା’ରେ ଗଜପତି ନଗର ତୃତୀୟ ଲାଇନରେ ରହୁଥିବା ରିତାଞ୍ଜଳି ପାତ୍ର ଭେଣ୍ଡିଂଯୋନରୁ ମାର୍କେଟ କରି ଘରକୁ ଫେରୁଥିଲେ।  ଏସପି  ଅଫିସ ସମ୍ମୁଖରେ ଥିବା  ନିଦାନ କେନ୍ଦ୍ରରେ  ଦୁଇଜଣ ଦୁର୍ବୃତ୍ତ ବାଇକ ରେ ଆସି ତାଙ୍କୁ ଧକ୍କା ମାରିଥିଲେ । ଯାହାଫଳରେ ରିତାଞ୍ଜଳି ତଳେ ପଡିଯାଇଥିଲେ। ଲୂଟେରା ମାନେ ମହିଳାଙ୍କ ବେକରୁ ଦୁଇ ଭରି ଓଜନର ସୁନା ହାର ଝାମ୍ପି ଚମ୍ପଟ ମାରିଥିଲେ। ପରେ ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଆଇଜି ଅଫିସ ଓ ଏସପି ଅଫିସ ସମ୍ମୁଖରେ କିଛି ସମୟ ବ୍ୟବଧାନରେ ଦୁଇଜଣ ମହିଳାଙ୍କ ବେକରୁ ଲୂଟେରା ଗ୍ୟାଙ୍ଗ ସୁନା ଚେନ ଝାମ୍ପିନେଇଥିଲେ ।  ଲୁଟେରାଙ୍କୁ ଅଦ୍ୟାବଧି ସୁରାଗ ପାଇ ପାରିନଥିବା ବୈଦ୍ୟନାଥପୁରରେ ଗଠିତ ହୋଇଥିବା ପିଓପିଡ଼ି ଟିମର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Nalco
Leave A Reply