Odisha news

ଠାକୁରାଣୀ ଯାତ୍ରା ଅସ୍ଥାୟୀ ମନ୍ଦିର କଡପା ଓ ଟାଇଲ ନିର୍ମାଣ କାର୍ଯ୍ୟ ଶେଷ

0
ବ୍ରହ୍ମପୁର ତା ୨୨।୩ .ଆସନ୍ତା ମାସ ଏପ୍ରିଲ ୪ ତାରିଖ ରେ ବ୍ରହ୍ମପୁରର ବିଶ୍ବ ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଏଥି ନିମନ୍ତେ ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଠ ଓ ବାଉଁଶ ର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଥିବା ବେଳେ ଭିତରେ ଟାଇଲ ଓ କଡପା କାର୍ଯ୍ୟ ଶେଷ ହୋଇଛି ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି। ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ଏହି ଯାତ୍ରା ମା ଙ୍କ ବାପଘର ସ୍ଥାନୀୟ ଦେଶୀ ବେହେରା ସାହିକୁ ଆସିବେ। ଏଥି ନିମନ୍ତେ ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଯୋର ଦାର ଆରମ୍ଭ ହୋଇଯାଇଛି। ଠାକୁରାଣୀଙ୍କ ବାପଘର ନିକଟରେ ଅସ୍ଥାୟୀ ମନ୍ଦିର ନିର୍ମାଣ ନିମନ୍ତେ ଝାଉଁ କାଠ   ବାଉଁଶ ଦଣ୍ଡା ରେ ନିର୍ମାଣ ହୋଇ  ଯାଇଛି। ମା ଙ୍କ ଘଟ ଓ ପାର୍ଶ୍ବ ଘଟ ନିମନ୍ତେ ମଧ୍ୟ ଘଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି ।
Leave A Reply