Odisha news

।।କେନ୍ଦ୍ର ସରକାରଙ୍କ ଜନବିରୋଧି ବଜେଟ ପ୍ରତି ବାଦରେ ବିପିଏମ ର ବିକ୍ଷୋଭ

0
ବ୍ରହ୍ମପୁର : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିତି ବିରୋଧରେ ବିପିଏମ ର ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଚାର କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସର ବ୍ରହ୍ମପୁର ରେଳ ଷ୍ଟେସନରେ ପାର୍ଟି ପକ୍ଷରୁ ପ୍ରଚାର ପତ୍ର ବଣ୍ଟନ କରାଯାଇଛି।କେନ୍ଦ୍ର ସରକାର ଚଳିତ ବଜେଟରେ ଚାଷୀ, ଶ୍ରମିକ, ବେକାର ଯୁବକ ସମସ୍ତଙ୍କୁ ଧୋକା ଦେଇଛନ୍ତି।ସେହିଭଳି ଓଡ଼ିଶାରୁ ଲକ୍ଷ ଲକ୍ଷ କୋଟି ଟଙ୍କା ରାଜସ୍ବ ଆଦାୟ କରୁଥିବା ବେଳେ ଓଡ଼ିଶାର ରେଳ ବାଇ ପ୍ରତି ଧାରାବାହିକ ଭାବେ ଅବହେଳା ଜାରି ରହିଛି।ରେଳ ମନ୍ତ୍ରୀ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ ଓଡିଶାକୁ ମିଳିଲା ନାହିଁ।ଏହା ବିରୁଦ୍ଧରେ ଦେଶ ବ୍ୟାପି ପ୍ରଚାର ଅଭିଯାନ ଚାଲୁ ରହିବ ବୋଲି ଘୋଷଣା କରାଯାଇଛି।ଗତକାଲି ନୂଆ ବସ ଷ୍ଟାଣ୍ଡ ଠାରେ ଅନୁରୂପ ଭାବେ ପ୍ରତିବାଦ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଗୋପାଳ ପାଣିଗ୍ରାହୀ, ରଂଜନ ପାତ୍ର, ଲୋକନାଥ ଖୁଣ୍ଟିଆ, ମଧୁ ବେହେରା, କେଶବ ଗୌଡ଼, ଗୋପାଳ ମହାନ୍ତି, ଚନ୍ଦନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ ନେଇଥିଲେ।
Nalco
Leave A Reply