ବ୍ରହ୍ମପୁର: ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡି ଥିବା ବେଳେ ଜଣେ କ୍ୟବିନେଟ ପାହ୍ୟା ସ୍ବସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବା ଲୋକ ରେ ଗୁଳି କରି ହତ୍ୟା କରାଯାଉଛି। ଗୃହ ବିଭାଗ ଦାୟିତ୍ୱ ରେ ମୁଖ୍ୟମନ୍ତ୍ରୀ ନିଜେ ରହି ଥୀବା ବେଳେ ଏହି ଭଳି ଘଟଣା କେମିତି ଘଟିଲା ବୋଲି ପ୍ରଶ୍ନ କରିଛନ୍ତି। ଏହି ପ୍ରତିଯୋଗିତାରେ ଆଜି ସ୍ଥାନୀୟ ଗାନ୍ଧୀ ନଗର ଛକ ଠାରେ ବିଜେପି ଯୁବ ସାଙ୍ଗଠନିକ ବିଭିନ୍ନ ଶ୍ଳୋଗାନ ଦେଇ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଜଣେ କ୍ୟବିନେଟ ପାହ୍ୟା ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବା ଲୋକ ରେ ଗୁଳି କରି ହତ୍ୟା କରାଯାଉଛି।
ହେଲେ ଓଡ଼ିଶାରେ ସାଧାରଣ ଜନତା କିପରି ସୁରକ୍ଷିତ ରହିବେ ତାହା ଆଜି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏହି ଗୁଳି କାଣ୍ଡ ଘଟଣା ରେମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ରଖୁଛି ପୁଲିସ।ଏହି ଘଟଣା ର ସିବିଆଇକୁ ବି ହସ୍ତାନ୍ତର କରୁନାହାଁନ୍ତି କାହିଁକି ସରକାର ବୋଲି ପ୍ରଶ୍ନ କରିଛନ୍ତି। ଏହି ସରକାରରେ ବହୁ ମହିଳା ଅସୁରକ୍ଷିତ ମନେ କରୁଛନ୍ତି।
ପ୍ରତିଦିନ ଅସଦାଚରଣ ଘଟଣା ଘଟୁଛି ରାଜ୍ୟରେ। ଓଡ଼ିଶାରେ ଏହା ନୁଆ କଥା ନୁହେଁ? ଗୃହ ବିଭାଗ ଏଇଠି ଅଚଳାବସ୍ତା ଭାବେ ପଡି ରହିଛି। ଏହି ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା ଗୁଳି ମାରି ହତ୍ୟା କରାଯାଉଛି, ତେଣୁ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଦି ଛାଡ ବୋଲି ପ୍ରତିବାଦ କରିଥିଲେ। ଆଜି ସଂନ୍ଧ୍ୟାରେ ଏହି କୁଶପତଲିକା ଦାହ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ କହିଛନ୍ତି ଯେ, ଜଣେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଯେଉଁଭଳି ଭାବେ ସମସ୍ତଙ୍କ ସାମ୍ନାରେ ପୁଲିସ ଏଏସଆଇ ଗୋପାଳ ଦାସ ସୁରକ୍ଷା ଦେବା ବଦଳରେ ହତ୍ୟା କରୁଛି। ସମସ୍ତଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି କରିଛି।
ଏହି ଘଟଣାରେ ତଦନ୍ତ ର ନିଷ୍କର୍ଷ ଆଜି ଯାଏଁ ଜଣା ପଡି ନଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ଅପାରଗତା କୁ ଦର୍ଶାଉଛି। ଏଣୁ ନୈତିକତା ଦୃଷ୍ଟି କୋଣରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରଣୀ ସଭ୍ୟ କାହ୍ନୁ ଚରଣ ପତି,ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ ପାତ୍ର,ବି.ସୋମନାଥ ପାତ୍ର,ରାଜ୍ୟ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ଅଜୟ ନାୟକ,ମାତା ପ୍ରସାଦ ନାୟକ , ସୁମିତ ପାତ୍ର, ଚିଦାନନ୍ଦ ପଟ୍ଟନାୟକ କୃଷ୍ଣ ଚନ୍ଦ୍ର ଚୌଧୁରୀ ଙ୍କ ସମେତ ବହୁ କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
