Odisha news

୨୯୮ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍‌ରେ ସମ୍ମାନିତ କରିଛି ଟାଟା ଷ୍ଟିଲ ଫାଉଣ୍ଡେଶନ

0
ବ୍ରହ୍ମପୁର : ଟାଟା ଷ୍ଟିଲ୍ ଫାଉଣ୍ଡେଶନ ପକ୍ଷରୁ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ   ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ କାର୍ଯ୍ୟକ୍ରମ ‘ଉଡାନ୍‌-୨୦୨୩’ ଶୁଭାରମ୍ଭ କରାଯିବା ସହିତ ୨୯୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍‌ରେ ସମ୍ମାନିତ କରାଯାଇଛି ।ଏହି ଦୁଇଦିନିଆ କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ବିପର୍ଯ୍ୟୟ କ୍ଷତି ହ୍ରାସ ମାଧ୍ୟମରେ ଜଳବାୟୁ ସ୍ଥିରତାର ଏକ ସଂସ୍କୃତି ନିର୍ମାଣ କରିବା’ । ଉଡାନର ୫ମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କୃଷିକାର୍ଯ୍ୟରେ ନବସୃଜନକୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତାକୁ ଆଲୋକିତ କରିଥିଲେ ।
ସେ କହିଥିଲେ, ‘ସ୍ଥିରତା ଆମ ବିକାଶ ରଣନୀତିର କେନ୍ଦ୍ର ହେବା ଉଚିତ ଏବଂ ଆମକୁ ଜଳବାୟୁ ପରିବର୍ତନର ଜଟିଳତାକୁ ବୁଝିବା ପାଇଁ ଟେକ୍ନୋଲୋଜିର ବ୍ୟବହାରକୁ ବୃଦ୍ଧି କରିବାର ସମୟ ଆସିଛି ।’ଏହି  ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଆର୍ଥିକ ରୂପେ ଦୁର୍ବଳ ପଛୁଆ ବର୍ଗର ଏସ୍‌ସି/ଏସ୍‌ଟି ପରିବାରର ଛାତ୍ରଛାତ୍ରୀମାନଙ୍କୁ ନିଜର ଶିକ୍ଷାଗତ ଓ ବୃତିଗତ ଆକାଂକ୍ଷାକୁ ପୂରଣ କରିବା ପାଇଁ ସକ୍ଷମ କରିବା । ଚଳିତ ବର୍ଷ  ଏହି କାର୍ଯ୍ୟକ୍ରମରେ ମୋଟ ୧୪.୩ ଲକ୍ଷ ଟଙ୍କାର ଫେଲୋସିପ୍ ପୁରସ୍କାର ଆବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଟାଟା ଷ୍ଟିଲ୍ ଫାଉଣ୍ଡେଶନର ଫ୍ଲାଗ୍‌ସିପ୍ ପ୍ରୋଗ୍ରାମ ଦିଶା ମାଧ୍ୟମରେ ଉଦ୍ୟୋଗ ବିକାଶ, ମହିଳାଙ୍କ ଅଧିକାର, ନେତୃତ୍ୱ ବିକାଶ ଓ ଜେଣ୍ଡର୍ ମେନ୍‌ଷ୍ଟ୍ରିମିଙ୍ଗ୍ ଭଳି ପ୍ରସଙ୍ଗ ଉପରେ ଆୟୋଜିତ କର୍ମଶାଳାରେ ଯୋଗ ଦେବା ପାଇଁ ଆଖପାଖ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟ ଓ କିଶୋରୀମାନଙ୍କୁ ଏକତ୍ରିତ କରିବା ଉପରେ ଧ୍ୟାନକୈନ୍ଦ୍ରିତ କରିଥିଲା । ଏଠାରେ   ଅଂଚଳର ମହିଳାମାନଙ୍କ ବିକାଶ ପାଇଁ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଉଡାନ ଗଞ୍ଜାମର ଯୁବପିଢି, ମହିଳା ଓ କୃଷକ ମଧ୍ୟରେ ଜଳବାୟୁ ସ୍ଥିରତା, ବିପର୍ଯ୍ୟୟ ଓ କ୍ଷତି ହ୍ରାସ କରିବା ଓ ଏହାର ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଂଚ ହେବାକୁ ଲକ୍ଷ୍ୟ ରଖିଛି ।
 ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତନ ଉପଯୋଗୀକରଣ ସହିତ ବିପର୍ଯ୍ୟୟ କ୍ଷତି ହ୍ରାସ କ୍ଷେତ୍ରରେ ନିଜର କାର୍ଯ୍ୟକୁ ଏକତ୍ରିତ କରିଛି । ଏହି ଅବସରରେ କମ୍ପାନୀର ଓଡିଶା, ସିଏସ୍‌ଆର୍ ହେଡ୍ ଅମ୍ବିକା ନନ୍ଦ କହିଛନ୍ତି, ‘ଉଡାନ ଉପଯୋଗୀ କରଣ କାର୍ଯ୍ୟକୁ ଉନ୍ନତ କରିବା ପାଇଁ  ଏକାଠି କରିବାକୁ ଲକ୍ଷ୍ୟ ରଖିଛି ।’
କାର୍ଯ୍ୟକ୍ରମର ପ୍ରଥମ ଦିନର ଦ୍ୱିତୀୟାର୍ଦ୍ଧରେ ବ୍ରହ୍ମପୁର ମହାନଗର ନିଗମର ମେୟର  ସଂଘମିତ୍ରା ଦଳେଇ, ସାମାଜିକ କାର୍ଯ୍ୟକର୍ତା ଓ ଲେଖିକା  କସ୍ତୁରୀ ମହାପାତ୍ର, ମହିଳା ଏସ୍‌ଏଚ୍‌ଜିଗୁଡିକୁ ସଫଳତାର ନୂଆ ଉଚ୍ଚତା ଛୁଇଁବା ପାଇଁ ପ୍ରେରିତ କରିବା ଲାଗି ପ୍ରେରଣାଦାୟକ ବାର୍ତା ଦେଇଥିଲେ ।
Nalco
Leave A Reply