Odisha news

ପାନୀୟ ଜଳ ଯୋଗାଣ ଦାବିରେ କୁକୁଡାଖଣ୍ଡି ବ୍ଳକ ଠାରେ ବିକ୍ଷୋଭ

0
ବ୍ରହ୍ମପୁର ତା ୭।୨. କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ପତିତପାବନପୁର ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ସଂଙ୍କଟ ମୟ ପରିସ୍ଥିତି ସୃଷ୍ଟି ହୋଇ ଥିବା ବେଳେ ଏନେଇ ଏକ ମାସ ପୂର୍ବେ ଯୋଗାଇ ଦେବା ପାଇଁ ଦାବି କରିଥିଲେ। ଏହିଦାବି ବାରମ୍ବାରକରି ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଆଜି ଭାରତର ଗଣତାନ୍ନ୍ତିକ ଯୁବ ଫେଡରେସନ କୁକୁଡାଖଣ୍ଡି ବ୍ଲକ କମିଟି ପକ୍ଷରୁ ପାଣି ସମସ୍ୟାର ସମାଧାନ ପାଇଁ ଗୋଷ୍ଟି ଉନ୍ନୟନ ଅଧିକାରୀ
କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ତାଙ୍କ ସହ ଆଲୋଚନା କରିଥିଲେ। ୭ ଦିନର ମଧ୍ୟରେ ପାନୀୟ ଜଳ ର ସମସ୍ୟାକୁ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପତିତପାବନପୁର ଗ୍ରାମର ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ। ବ୍ଲକ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ,ଜିଲ୍ଲା ସମ୍ପାଦକ ଅଜିତ ପାଣିଗ୍ରାହୀ, ସତ୍ୟବହାନ ବିଷୋୟୀ,ଗ୍ରାମ୍ୟ କମିଟି ମୁଖ୍ୟ କରୁଣକର ଦାସ,ଟୁକୁନା ଦାସ,ଅମିୟ ଦାସ, ପାଣ ଦାସ,ଶିବରାମ ଦାସ,ଉଦ୍ଧବ ଦାସ,ଭମର ଦାସ,କୁମି ଦାସ,ରମେଶ ଦାସ,ଶିବ ପ୍ରସାଦ ଦାସ, ଯୁଧିଷ୍ଟିର ଦାସ,ଉଦ୍ଧବ ଦାସଙ୍କ ସମେତ ଗ୍ରାମ ର ବହୁ  ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।
Nalco
Leave A Reply