ବ୍ରହ୍ମପୁର ତା ୬।୨.କେନ୍ଦ୍ର ସରକାର ଙ୍କ ପକ୍ଷରୁ ଅମୃତ ମହୋତ୍ସବ ଦେଶରେ ପାଳନ କରିଥିବା ବେଳେ ଆଦିବାସୀ ଗ୍ରାମକୁ ପକ୍କା ରାସ୍ତା କରା ଯାଇ ନଥିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି।ରାଜ୍ୟ ସରକାରଙ୍କ ଦ୍ଵାରା ଏହି ନିଷ୍ପେସିତ ଆଦିବାସୀ ପରିବାର। ସ୍ୱାଧୀନତାର 75 ବର୍ଷ ଅବିବାହିତ ପରେ ମଧ୍ୟ ଆଦିବାସୀ ଗ୍ରାମକୁ ପକ୍କା ରାସ୍ତା ହୋଇ ପାରିନାହିଁ। ଏପହିପରି ଗ୍ରାମ ରହିଛି ଦିଗପହଣ୍ଡି ବ୍ଲକ ବଡଡୁମ୍ବୁଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛଣବଗଡ଼ ଓ ତଡା ଗ୍ରାମ ରେ ପ୍ରାୟ ଏକଶହ ଆଦିବାସୀ ପରିବାର ବସବାସ କରନ୍ତି
l ଏହି ଦୁଇଟି ଗ୍ରାମକୁ ଯାତାୟତ ନିମନ୍ତେ ପକ୍କା ରାସ୍ତା ନଥିବା ବେଳେ କହ୍ନେଇନାଳ ଏକା ସାହାଭରସା ରହିଛି।ବର୍ଷା ଦିନେ ଏହି ରାସ୍ତା ଦେଇ ଛଣବଗଡ଼ ଓ ତଡା ଗ୍ରାମକୁ ଯିବା ଭାରି ଅସୁବିଧା ହେଉଛି। ଏହି ରାସ୍ତା ସଂଯୋଗୀ କରଣ କରାଯାଇ ପକ୍କା ରାସ୍ତା ନିର୍ମାଣର ଅତି ଆବଶ୍ୟକ ରହିଛି l ଉକ୍ତ ଗ୍ରାମକୁ ରାସ୍ତା ନଥିବା ଯୋଗୁ ଜରୁରୀ କାଳୀନ ସେବା ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ l ଗ୍ରାମବାସୀ ଜଙ୍ଗଲ ରାସ୍ତା ଦେଇ ଯାତାୟାତ ହେବା ସମୟରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଉଛନ୍ତି l ଏହି ଗ୍ରାମ ପ୍ରାୟ ଶହେରୁ ଉର୍ଦ୍ଧ ଆଦିବାସୀ ସମ୍ପ୍ରଦାୟର ପରିବାର ବାସ କରୁଥିବା ବେଳେ ସ୍ୱାସ୍ଥ୍ୟ ଓ ଶିକ୍ଷାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ଏହି ବିପଦପୂର୍ଣ୍ଣ ରାସ୍ତା l
ବହୁ ନେତାମନ୍ତ୍ରୀ ଓ ଅଫିସର ଙ୍କୁ ଅଭିଯୋଗ କରିବାପରେ ମଧ୍ୟ କୋୖଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି l ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣିଙ୍କୁ ସ୍ମାରକ ପାତ୍ର ପ୍ରଦାନ କରିବା ସହ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିଥିଲେ l ଶ୍ରୀକାନ୍ତ ପାଢ଼ୀ ବିଜେପି,ପୂର୍ବତନ ରାଜ୍ୟ ସମ୍ପାଦକଙ୍କ ସହ କୂରେସୁ ମଲିକ, ସୁରେନ୍ଦ୍ର ମଲିକ, ପ୍ରକାଶ ମଲିକ, ସୁନିତା ମଲିକ, କମଳା ମଲିକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ରାସ୍ତା ନିର୍ମାଣ ନିମନ୍ତେ ଦିଗପହଣ୍ଡି ବିଡ଼ିଓ ହଳଧର ଶବରଙ୍କ ସହ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ପାଢୀ କହିଛନ୍ତି।
