Odisha news

ବିଶ୍ୱ କର୍କଟ ଦିବସ ପାଲିତ ସଚେତନତା ଜାରି ରହିଲେ କର୍କଟ ମୁକ୍ତ ଭାରତ ସମ୍ଭବ

0

ବ୍ରହ୍ମପୁର,୪/୨ – କର୍କଟ ରୋଗ ଏବେ ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ଆଜି ବ୍ରହ୍ମପୁର କାନ୍ତି ଅନୁଷ୍ଠାନ ପକ୍ଷରୁ ସଚେତନତା ଜାରି ରହିଲେ କର୍କଟ ମୁକ୍ତ ଭାରତ ସମ୍ଭବ ନାମକ ଏକ ଜନ ସଚେତନତା କାଯ୍ୟକ୍ରମ ଓ ଜନ ସଚେତନତା ରାଲି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରୁ ବାହାରି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ,ଅନୁପୂର୍ଣା ମାର୍କେଟ, ଗାନ୍ଧୀ ନଗର ଏବଂ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଯାଇଥିଲା ।

ସଚେତନତା ଓ ସତର୍କତା ଦ୍ଵାରା ଏହି ରୋଗ ସହ ମାନବ ସମାଜ ଲଢେଇ କରିବାର ଆବଶ୍ୟକତା ରହିଛି ।ବର୍ତ୍ତମାନ କର୍କଟ ଚିକିତ୍ସା ନିମନ୍ତେ ନୂଆ ନୂଆ ପଦ୍ଧତି ସବୁ ବାହାରିଲାଣି । ଠିକଣା ସମୟରେ ଉପଚାର ଦ୍ବାରା ବହୁ ଲୋକ କର୍କଟ କବଳରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରୁଛନ୍ତି । ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ଭାବେ ପାଳନ କରାଯାଇଥାଏ । କର୍କଟ ରୋଗର ଚିହ୍ନଟ , ଚିକିତ୍ସା ଏବଂ ନିରାକରଣ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଉଥିବା କହିଛନ୍ତି କାନ୍ତି ଅନୁଷ୍ଠାନ ର ମୁଖ୍ୟ ଡ଼ଃ ଦେବାନନ୍ଦ ଦାସ । ସେ ମଧ୍ୟ ଏହି ରୋଗ ରେ ଦିର୍ଘ ୫ ବର୍ଷ ଧରି ଯେଉଁ କଷ୍ଟ ଅନୁଭବ କରୁଛି ତାହା ଅନ୍ୟ କେଁହି ବ୍ୟକ୍ତି ନ କରନ୍ତୁ ।

ତେଣୁ ଆଜିର ବିଶ୍ୱ କର୍କଟ ରୋଗ ରେ ଧୂମପାନ ,ଗୁଟୁଖା ,ନିଶାଦ୍ରବ୍ଯ ସେବନ ନ କରିବା ପାଇଁ ଶ୍ରୀ ଦାସ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ  ଧୂମପାନ ଓ ନିଶାଦ୍ରବ୍ୟ ସେବନ ଏଥିରୁ ଦୂରେଇ ରହିବା ଏବଂ ବିଶ୍ବବ୍ୟାପୀ ସଚେତନତା କରିବା ସହ ରାଲିରେ ଯୋଗ ଦେଇଛନ୍ତି । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ,ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି,  ଏସ୍.ଏମ୍.ଆଇ.ଟି. ସଭାପତି ଡଃ. ଭଗବାନ ଗନ୍ତାୟତ, କର୍ପୋରେଟର୍ ସଞ୍ଜିତ କୁମାର ପାଣିଗ୍ରାହୀ, କିଟ୍‌ର ସମ୍ପାଦକ ସନ୍ତୋଷ କୁମାର ଜେନା, ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ, ଏକାଡ଼େମୀ ଅଫ୍ ଟେକ୍ନୋକ୍ରାଫ୍ଟ ନିର୍ଦ୍ଦେଶକ ଦୀପକ କୁମାର ଦାସ ଓ ସମାଜସେବୀ ପ୍ରଣବ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଶ୍ଵ କର୍କଟ ଦିବସ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ସଚେତନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଠାନର ସହ ନିର୍ଦ୍ଦେଶକ ସଞ୍ଜୟ କୁମାର ରଥ, ନିର୍ମଳା ଦାଶ, ଦେବରାଜ ରାଉତ, ସରୋଜ କୁମାର ସାହୁ, ସ୍ନିଗ୍ଧା ମହାରଣା, ମନୋଜ କୁମାର ସାହୁ, ଲିଙ୍ଗରାଜ ପଟ୍ଟନାୟକ, ଅରୁଣ ପଟ୍ଟନାୟକ, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ଆଇଏସ୍‌ଆର୍‌ଡି ଓ ଚାଇଲ୍ଡ ଲାଇନ୍‌ର ସମସ୍ତ ସଭ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply