Odisha news

ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ ଡାକ୍ତର ଅଭିଯୁକ୍ତଙ୍କ ସ୍ତ୍ରୀ ଙ୍କୁ ପଚରାଉଚରା

0
ବ୍ରହ୍ମପୁର, ୧/୨- ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଵ୍ରହ୍ମପୁର ଲିଙ୍କ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ ଗତକାଲି ଠାରୁ ବ୍ରହ୍ମପୁରରେ ରହିଛି।   ଅଭିଯୁକ୍ତ  ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ  ଦାସଙ୍କ ପରିବାରକୁ ଜେରା ଜାରି ରଖିଛି । ଦ୍ଵିତୀୟ ଦିନରେ କ୍ରାଇମ ବ୍ରାଞ୍ଚ ଗୋପାଳଙ୍କ ଆଙ୍ଗୁଲି ଶିଳ୍ପାଞ୍ଚଳରେ ଥିବା ଘରକୁ ଆସି କାଗଜପତ୍ର ଯାଞ୍ଚ କରିଛି। ଗୋପାଳଙ୍କ ପତ୍ନୀ ଜୟନ୍ତି ଓ ତାଙ୍କ ବଡ଼ ଭାଇଙ୍କ ପୁଅକୁ ନେଇ ଶିଳ୍ପାଞ୍ଚଳ ଘରକୁ ଯାଇଥିଲା କ୍ରାଇମ୍‌ବ୍ରାଞ୍ଚ ।  ଆବଶ୍ୟକୀୟ କାଗଜପତ୍ର ଯଞ୍ଚ କରାଯାଇଥିଲା। କେତେଥର ଗୋପାଳ ଡାକ୍ତରଙ୍କ ପାଖକୁ ଯାଇଛନ୍ତି ଏବଂ କ’ଣ ମେଡିସିନି ଖାଉଥିଲେ ସେ ସବୁ ଦେଖିବା ସହ ପୁରୁଣା ସେକ୍ରିପ୍‌ସନ୍ ଯାଞ୍ଚ କରିଥିଲା। ସେକ୍ରିପସନ୍‌ରେ ଡାକ୍ତର କ’ଣ ଲେଖିଥିଲେ ବି ଯାଞ୍ଚ ହୋଇଛି। ଅନ୍ୟପକ୍ଷରେ ଗୋପାଳଙ୍କ ପତ୍ନୀ ଜୟତିଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ଗୋପାଳ ଶେଷଥର କେବେ ଘରକୁ ଆସିଥିଲେ। ସେହିସମୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା କିପରି ଥିଲା ଏବଂ ଔଷଧ ଖାଉଥିଲେ ନା ନାହିଁ ପଚାରିଥିବା ଜଣାପଡିଛି। ତାଙ୍କର ସ୍ୱାସ୍ଥ୍ୟଜନିତ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଗୋପାଳଙ୍କ ଆର୍ଥିକ କାରବାର ସମ୍ପର୍କରେ ତଦନ୍ତ କରିଛି ଟିମ୍
ଗୋପାଳ, ତାଙ୍କ ପତ୍ନୀ, ପୁଅ, ଝିଅ ଓ ସମ୍ପର୍କୀୟଙ୍କ ନାମରେ କେତୋଟି ବ୍ୟାଙ୍କ୍ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟ ଜରିଆରେ କ’ଣ ଟଙ୍କା ଦେଣନେଣ ହୋଇଛି ଏବଂ ସର୍ବାଧିକ ନେଣଦେଣ କେତେ ରହିଛି ତାହା ଯାଞ୍ଚ କରିଥିଲା ଟିମ୍ । ଆକାଉଣ୍ଟ ଅପଡେଟ୍ ହୋଇନଥିବାରୁ ସେହି ବ୍ୟାଙ୍କ୍ ଖାତାକୁ ନେଇ କ୍ରାଇମବ୍ରାଞ୍ଚ ବ୍ୟାଙ୍କ୍‌ରେ ପହଞ୍ଚିଛି। ଅନ୍ୟପକ୍ଷରେ ଗୋପାଳ ଜଣେ ଏଏସ୍‌ଆଇ ଥଥିବା ବେଳେ କାହିଁକି ସେ ଢ଼ାବା ଖୋଲିଥିଲେ ଏବଂ ସେଠାରେ କାହାକୁ ଥଇଥାନ କରିଥିଲେ ସେ ସମ୍ପର୍କରେ ମଧ୍ୟ ପଚରାଉଚରା ହୋଇଛି। ଦୀର୍ଘ ଦୁଇ ଘଣ୍ଟା ଧରି ଏଠାରେ କାଗଜପତ୍ର ଯାଞ୍ଚ କରିବା ସହ ଜେରା କରିବା ପରେ କ୍ରାଇବ୍ରାଞ୍ଚ ସେଠାରୁ ଚାଲିଯାଇଥିଲା। ଜୟନ୍ତି ଓ ତାଙ୍କ ପୁତୁରା ସନ୍ଧ୍ୟା ୬ଟାରେ ଘରୁ ବାହାରି ପୁଣି ପୈତୃକ ଘର ଜଳେଶ୍ଵରଖଣ୍ଡି ଯାଇଥିଲେ। ଜଳେଶ୍ୱରଖଣ୍ଡି ଓ ଶିଳ୍ପାଞ୍ଚଳରେ ପଡୋଶୀଙ୍କୁ ପଚରାଉଚରା କରିଥିଲେ । ଗୋପାଳ ଓ ତାଙ୍କ ଭାଇଙ୍କ କାର୍ଯ୍ୟକଳାପ ଏବଂ ସେମାନଙ୍କ ସ୍ବଭାବ ସମ୍ପର୍କରେ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ ।

ଗୋପାଳଙ୍କ ଚିକିତ୍ସା କାଗଜପତ୍ରକୁ ନେଇ ଆଜି ଏମ୍‌କେସିଜିରେ ପହଞ୍ଚିଥିଲା କ୍ରାଇମ୍‌ବ୍ରାଞ୍ଚ । ଏମ୍‌କେସିଜି ଆଉଟ୍‌ଡୋର ଟିକଟରେ ଲେଖାଥିବା ରେଜିଷ୍ଟ୍ରେସନ୍ ନମ୍ବର ସଠିକ୍ ଅଛି କି ନାହିଁ । କେଉଁ ଡାକ୍ତର ତାଙ୍କୁ ସେହି ଦିନ ଚିକିତ୍ସା କରିଥିଲେ ଏବଂ ସେକ୍ରିପସନ୍ ପ୍ରକାରେ ତାଙ୍କୁ କ’ଣ ହୋଇଥିଲା ପଚରାଉଚରା କରିଥିଲା ଟିମ୍। ପରେ ମାନସିକ ରୋଗ ବିଶେଷଜ୍ଞ ଡା.ଚନ୍ଦ୍ର ଶେଖର ତ୍ରିପାଠୀଙ୍କୁ ଏମ୍‌କେସିଜି ଡିନ୍‌ଙ୍କ ଅଫିସକୁ ଡାକି ପଚରାଉଚରା କରିଥିଲେ । କେତେଦିନ ହେଲା ଗୋପାଳ ଚିକିତ୍ସା ପାଇଁ ଆସିଥିଲେ । ତାଙ୍କ ରୋଗର ଲକ୍ଷଣ କ’ଣ ଏବଂ ମାନସିକ ରୋଗ ପାଇଁ ସେ ହତ୍ୟା କରିବାକୁ ଚିନ୍ତା କରି ପାରିବେ କି ବୋଲି ଅନେକ ପ୍ରଶ୍ନ କରିଥିଲେ । କ୍ରାଇମ୍‌ବ୍ରାଞ୍ଚ ଟିମ୍ ଆଜି କୌଣସି ପ୍ରତିକ୍ରିୟା ଦେଇନଥିଲା ।

Nalco
Leave A Reply