Odisha news

ହରିପୁର ମତ୍ସ୍ୟଜୀବୀଙ୍କ ପୋଖରୀ ବେଆଇନ ଭାବେ ଅଣମତ୍ସ୍ୟଜୀବୀଙ୍କୁ ଦିଆଯିବା ଦାବିରେ ଘେରିଲେ ଆର.ଡି.ସି. କାର୍ଯ୍ୟାଳୟ

0
* ହରିପୁର ମତ୍ସ୍ୟଜୀବୀଙ୍କୁ ସ୍ୱାଧୀନତା ପୂର୍ବରୁ ମିଳିଥିବା ପୋଖରୀ ଗୁଡିକ ବେଆଇନ ଭାବେ ନେଇଥିବା ଅଣମତ୍ସ୍ୟଜୀବୀଙ୍କ ଠାରୁ ତୁରନ୍ତ ଫେରାଇ ପଟ୍ଟା ଦେବା ସହ ଚିଙ୍ଗୁଡ଼ି ଚାଷ କରିବା ଅଧିକାର ଦିଆଯାଉ
 *ଗୋପାଳପୁର ନଦୀ ମୁହାଁଣରେ ପଡୋଶୀ ଗ୍ରାମର ସହାୟତାରେ ବଙ୍ଗାଳି ମାନେ ଛୋଟ ଖଇଁଙ୍ଗା ଜାଆଁଳ ଧରି ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରିବା ବନ୍ଦ କରାଯାଉ
*ଗୋପାଳପୁର ନଦୀରେ ଜୋରଜବରଦସ୍ତ ଜାଲ ପକାଇ ମାଛ ଧରିବା ରୋକ ଲଗାଯାଉ
ବ୍ରହ୍ମପୁର,24.01.2021- ଆଜି ହରିପୁର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ଶତାଧିକ ମତ୍ସ୍ୟଜୀବୀ, ମହିଳା, ଯିବ ସଙ୍ଗଠନ, ଜନ ଜାଗରଣ ଅଭିଯାନର ନେତୃତ୍ୱ ବୃନ୍ଦ  ବ୍ରହ୍ମପୁର କୋର୍ଟପେଟା ଛକ ଠାରୁ ବିଶାଳ ପଦଯାତ୍ରା ଦ୍ୱାରା ଆର.ଡି.ସି. କାର୍ଯ୍ୟାଳୟରେ ପହଞ୍ଚିଥିଲେ ଓ ପରେ ଗଣ ପ୍ରତିବାଦ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ହରିପୁର ଗ୍ରାମରେ ଦଳିତ ପରିବାର ର ପାଞ୍ଚ ଶହ  ମତ୍ସ୍ୟଜୀବୀ ସ୍ୱାଧୀନତା ପୂର୍ବରୁ 78 ବର୍ଷ ତଳେ, ତାରିଖ 13.03.1944 ହରିପୁର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଗଠନ କରି ଥିବା ବେଳେ
 ରେଜିଷ୍ଟର କରି ଗୋପାଳପୁର ନଦୀ ମୁହାଁଣରେ ଚିଙ୍ଗୁଡ଼ି,ମାଛ ଚାଷ କରି ନିଜର ଜୀବିକା କରି ଆସୁଥିଲେ । 1982 ମାସିହାରେ ସରକାର ରେଭେନ୍ୟୁ ଜମି ଗୁଡିକ ଏହି ସମବାୟ ସମିତିର ମତ୍ସ୍ୟଜୀବୀ ମାନଙ୍କୁ ଆଆରଡିପି ଭଳି ବିଭିନ୍ନ  ଯୋଜନାରେ ଚି଼ଙ୍କୁଡ଼ି ଚାଷ କରିବା ପାଇଁ ଦେଇଥିଲେ, କିନ୍ତୁ 2017 ମାସିହାରେ ସମବାୟ ସମିତିର ମତ୍ସ୍ୟଜୀବୀଙ୍କୁ ଅବଗତ ନକରି ଅଣମତ୍ସ୍ୟଜୀବୀଙ୍କୁ 30ଟି ପୋଖରୀ ପୂର୍ବତନ ତହସିଲଦାର ଓ ପ୍ରଶାସନ  ଦେଇଛନ୍ତି। ସମବାୟ ସମିତିର ସମ୍ପାଦକ ଚିନ୍ତାମଣି ବେହେରାଙ୍କ କହିବା ଅନୁଯାୟୀ 2014 ମାସିହାରୁ ପୁର୍ନବାର ଚିଙ୍ଗୁଡ଼ି ଚାଷ କରିବା ପାଇଁ ଆବେଦନ କରିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ, ଦୀର୍ଘ 9 ବର୍ଷ ଧରି ପ୍ରଶାସନକୁ ଚିଠି ଜଣାଇ ଅବଗତ କରିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଚାଷ କରିବା ଅଧିକାର ଦିଆଯାଇନାହିଁ, ବର୍ତ୍ତମାନ ଗ୍ରାମର ମତ୍ସ୍ୟଜୀବୀ ବେରୋଜଗାର ହୋଇ, ଅଜୀଵିକା ହରାଇ ଜିଲ୍ଲା ଛାଡି ବାହାର ରାଜ୍ୟକୁ ଦାଦନ କରିବା ଯିବା ପାଇଁ ବାଧ୍ୟ ହେଉଛନ୍ତି | ମହିଳା ସଙ୍ଗଠନର ନେତ୍ରୀ ସୁନିତା ବେହରାଙ୍କ କହିବା ଅନ୍ୟଯାୟୀ ଆଗରୁ ଦିନକୁ ଏକ ହଜାର ଟଙ୍କା ଆୟ କରୁଥିଲେ କିନ୍ତୁ ବର୍ତ୍ତମାନ ଦିନକୁ ଶହେ ଟଙ୍କା ବି ଆୟ କରିପାରୁନାହାଁନ୍ତି। ଯଥାଶୀଘ୍ର 30 ଟି ପୋଖରୀ ଫେରାଇ ଚିଙ୍ଗୁଡ଼ି ଚାଷ କରିବା ଅଧିକାର ଦିଆଯାଉ ବୋଲି ଦାବି କରି ଛନ୍ତି । ସମବାୟ ସମିତିର ସଭାପତି ରାମଚନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ ଗୋପାଳପୁର ନଦୀ ମୁହାଁଣରେ ପଡୋଶୀ ଗ୍ରାମର ସହାୟତାରେ ବଙ୍ଗାଳି ମାନେ ସୁପ୍ରିମ କୋର୍ଟର ଆଇନକୁ ଉଲଂଘନ  କରି ଛୋଟ ଖଇଙ୍ଗା ଜାଅଁଳା ଧରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି, ସମିତି ତରଫରୁ ଜାଣିବାକୁ ପାଇଲେ ଯେ 10 ଲକ୍ଷ୍ୟ ଟଙ୍କାରେ ଲିଜ୍ ଧାରାରେ ଅନ୍ୟକୁ ଦେଇଛନ୍ତି, ପ୍ରତିଦିନ ଜୋରଜବରଦସ୍ତ ନଦୀରେ ଜାଲ ପକାଇ ମାଛ ଧରୁଛନ୍ତି, ଯଥାଶିଘ୍ର ରୋକ ଲଗାଯାଉ |
ଜାଗରଣ ଅଭିଯାନର ରାଜ୍ୟ ସଭାପତି ମଧୁସୂଦନଙ୍କ କହିବା ଅନୁଯାୟୀ ଯଥାଶୀଘ୍ର ହରିପୁର ମତ୍ସ୍ୟଜୀବୀଙ୍କୁ 30ଟି ପୋଖରୀ ଫେରାଯାଇ ଜମି ପଟ୍ଟା ଦେବା ସହ ଚିଙ୍ଗୁଡ଼ି ଚାଷ କରିବା  ଅଧିକାର ଦିଆଯାଉ, ବାହାର ରାଜ୍ୟକୁ ବେଆଇନ ଭାବେ ଚିଙ୍ଗୁଡ଼ି,ମାଛ ଚାଲାଣ ରୋକାଯାଉ ନଚେତ ସଙ୍ଗଠନ ରାସ୍ତା ଅଵୋରଧ କରି ଆନ୍ଦୋଳନକୁ ଜୋରଦାର କରିବ, ନାରୟଣପୁର ଓଭର ବ୍ରିଜ  ପାଖରେ  ଷ୍ଟ୍ରିଟ ଲାଇଟ,ସିସିଟିଭି କେମେରା ଲଗାଯାଉ, ସନ୍ଧ୍ୟା 6ଟା ପରେ ମଦୁଆ, ମାଫିଆ ମାନଙ୍କ ଆଡ୍ଡା ପାଲଟିଛି,  ମହିଳା, ଆଖପାଖ ଗ୍ରାମର ସୁରକ୍ଷା ଦୃଷ୍ଟିରୁ ବ୍ରିଜ ପାଖ ଛକରେ ପୁଲିସ ଫାଣ୍ଡି ହେବା ସହ ପେଟ୍ରୋଲିଙ୍ଗ କରଯାଉ |
ଏହି ପଦଯାତ୍ରା ଓ ଗଣପ୍ରତିବାଦରେ ସମବାୟ ସମିତି ତରଫରୁ ଚିନ୍ତାମଣି ବେହେରା,ରାମଚନ୍ଦ୍ର ବେହେରା, ତପନ କୁମାର ବେହେରା,ସୁନିତା ବେହେରା,ବନବାସୀ ବେହେରା,ଜଗନ୍ନାଥ ବେହେରା, ସଞ୍ଜୟ ବେହେରା,ବିନୋଦ ବେହେରା, ଭାଗ୍ୟବତୀ ବେହେରା,ସୁକାନ୍ତି ବେହେରା, ଚନ୍ଦ୍ରମା ବେହେରା, ରାଧା ବେହେରା ସହ ଅନ୍ୟ ମତ୍ସ୍ୟଜୀବୀ ନେତୃତ୍ୱ ବୃନ୍ଦ ଯୋଗ ଦେଇଥିଲେ, ରାଷ୍ଟ୍ରୀୟ ଓବିସି ମୋର୍ଚ୍ଚା ତରଫରୁ ଶିବରାମ ବେହେରା,ଆସ୍କା ବ୍ଲକର ଦଳିତ ନେତା ନାରୟଣ ନାହାକ, ଝୁମର ନାହାକ ମଧ୍ୟ ଆନ୍ଦୋଳନରେ ଯୋଗଦେଇ ସମର୍ଥନ ଜଣାଇଲେ |
Nalco
Leave A Reply