ବ୍ରହ୍ମପୁର ତା ୧୮।୧.ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲ କୁ ଚିକିତ୍ସା ନିମନ୍ତେ ଆସିଥିବା ରୋଗୀଙ୍କୁ ଚିକିତ୍ସା ସୁବିଧା ବଦଳରେ ଡାକ୍ତର ଙ୍କ ସମେତ ବହୁ ସୁରକ୍ଷା କର୍ମୀଙ୍କ ରୋଷ ଓ ଆକ୍ରମଣ ର ଶୀକାର ହେଉଛନ୍ତ । ତେଣୁ ବଡମେଡିକଲରେ ରୋଗୀ ଓ ରୋଗୀସମ୍ପର୍କୀୟ ଙ୍କ ସୁରକ୍ଷା ନିମନ୍ତେ ଆଜି ବିଜେପି ପକ୍ଷରୁ ଏନେଇ ଦକ୍ଷିଣଞ୍ଚଳ ରାଜସ୍ବ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବଡ଼ ମେଡିକାଲ ରେ ଡାକ୍ତର ଓ ରୋଗୀ ଙ୍କ ସମ୍ପର୍କୀୟ ଭିତରେ ଗଣ୍ଡଗୋଳ ଏକ
ନିତିଦିନିଆ ଘଟଣା ହୋଇଗଲାଣି। ଯଦ୍ବାରା ରୋଗୀ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ଆସିବାପାଇଁ ଭୟଭୀତ ହେଉଛନ୍ତି। ଅଭିଜ୍ଞ ଡାକ୍ତରଙ୍କ ବଦଳରେ ଏବେ ମେଡିକାଲ ସେବା ସମ୍ପୂର୍ଣ ରୂପେ ପିଜି ଛାତ୍ର ଏବଂ ହାଉସ ସର୍ଜନ ଙ୍କ ଦ୍ବାରା କରାଯାଉଥିବା ବେଳେ ତାଙ୍କ ରି ପରିଚାଳନା ରେ ଚାଲୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ କୁହାଯାଏ ଯେ ଗୋଟିଏ ପିଜି ହାଉସ ସର୍ଜନ ଯୁବ ବୟସ୍କ ଅଟନ୍ତି। ରୋଗୀଙ୍କ ସମ୍ପର୍କୀୟ ମାନେ ମଧ୍ୟ ନିରୁପାୟ ହୋଇ ଏହି ଯୁବ ଡାକ୍ତର ଙ୍କ ଉପରେ ସମ୍ପୂର୍ଣ ଭରସା କରନ୍ତି। ବେଳେବେଳେ
ଯୁକ୍ତିତର୍କ ହୋଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୁଏ। ସରକାର ଓ ଡାକ୍ତର ଙ୍କ ଚାପରେ ନିରୀହ ରୋଗୀଙ୍କ ସଂପର୍କୀୟ ମାଡ଼ ଖାଆନ୍ତି ଓ ଜେଲ ମଧ୍ୟ ଯାଇଥାନ୍ତି | ଡାକ୍ତର ଙ୍କ ପାଇଁ ସୁରକ୍ଷା ଥିଲା ସମୟରେ ରୋଗୀ ଓ ରୋଗୀ ସମ୍ପର୍କୀୟ ଙ୍କ କୌଣସି ସୁରକ୍ଷା ନଥାଏ । ଯାହା ଫଳରେ କିଛି ଅଘଟଣ ଘଟିଥିଲେ ମଧ୍ୟ ରୋଗୀ ସମ୍ପର୍କୀୟ ମାନେ ହତାଶ ହୋଇଯାଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଣୁ ଏହାର ବିହିତ ସମାଧାନ କରିବା ପାଇଁ ଏକ ନିରପେକ୍ଷ ତଦନ୍ତ କମିଟି କରାଯାଉ। ଏହି କମିଟିରେ ଅବସରପ୍ରାପ୍ତ ଜର୍ଜ,
ଅବସର ପ୍ରାପ୍ତ ପୁଲିସ ଅଧିକାରୀ, ଓ ଜଣେ ସ୍ଥାନୀୟ ସମାଜସେବୀ ଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସେଠାରେ ଘଟିଥିବା ଘଟଣା ସମ୍ପର୍କରେ ଆଲୋଚନା ପରେ ପୁଲିସ ନିକଟରେ ଅଭିଯୋଗ କରାଯାଉ ।ଲେବର ରୁମ ରେ ଅତ୍ୟଧିକ ରୋଗୀଙ୍କ ଭିଡ଼ ଜମୁଥିବାରୁ ଏକ ହେଲ୍ପ ଡେସ୍କ ଖୋଲାଯାଉ, ଯୋଉଥରେ କି ପ୍ରତି 30 ମିନିଟ ରେ ରୋଗୀର ଚିକିତ୍ସା ସମ୍ବନ୍ଧୀୟ ବିବରଣୀ ଦିଆଯାଉ ଓ ରକ୍ତର ସମ୍ପୂର୍ଣ ମାଗଣା ବ୍ୟବସ୍ଥା ଡାକ୍ତର ସେହିଦିନ ମେଡିକାଲ ଭିତରେ ହିଁ ରହିବେ ପ୍ରାଇଭେଟ ନରସିଂହମ ଯାଇ ପାରିବେ ନାହିଁ । ଏବଂ ପ୍ରତ୍ୟେକ ବିଭାଗର ୟୁନିଟ ମୁଖ୍ୟ ନରସିଂହମ ଯାଇ ପାରିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି।
ଏହି ଗୁରୁତ୍ବପୂର୍ଣ ନିବେଦନ କୁ ହୃଦୟଙ୍ଗମ କରି କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ଆଜି ର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କାହ୍ନୁ ଚରଣ ପତି, ରାମ କୁମାର ପାତ୍ର, ରତ୍ନନଗର୍ଭା ସରସ୍ବତୀ ଦେବି ପ୍ରଭାତ କିରଣ ଷଡଙ୍ଗୀ ଙ୍କ ସମେତ ବହୁ କର୍ମ କର୍ତ୍ତା ଯୋଗ ଦେଇଥିଲେ।
