Odisha news

ମିଷ୍ଟର ଆଣ୍ଡ ମିସେସ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ।

0
ବ୍ରହ୍ମପୁର ତା ୧୮।୧. ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ୱାଲର୍ଡ ଫିଟନେସ୍‌ ଫେଡେରେସନ(ଡବ୍ଲୁଏଫ୍‌ଏଫ୍‌) ତରଫରୁ ରାଜ୍ୟ ସ୍ତରୀୟ ମିଷ୍ଟର ଆଣ୍ଡ ମିସେସ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ମହାରଣା, କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା,ସମୀର ମିଶ୍ର, ଜିଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡ଼ି ସଭାପତି ଅଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ କଟକ, ଭୁବନେଶ୍ବର, ଖୋର୍ଦ୍ଧା, ରାଉରକେଲା, ଗଞ୍ଜାମ, ବାଲେଶ୍ବର ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଶହେରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୮ଟି ବର୍ଗରେ ପ୍ରତିଯୋଗିତା ହୋଇଥିଲା। ଡବ୍ଲୁଏଫ୍‌ଏଫ୍‌ର ଗଞ୍ଜାମ ଜିଲା ସଂପାଦକ ଜୀବନ ଜ୍ୟୋତି ଭକ୍ତଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ। ପ୍ରଥମ ଥର ପାଇଁ ଡବ୍ଲୁଏଫ୍‌ଏଫ୍‌ ତରଫରୁ ଏଭଳି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ବ୍ରହ୍ମପୁର ଠାରେ ଆୟୋଜନ
Nalco
Leave A Reply