Odisha news

ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ଶେଷରେ ଆତ୍ମହତ୍ୟା

ବ୍ରହ୍ମପୁର:: ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ଶେଷରେ ଆତ୍ମହତ୍ୟା ।ଏହା ଏକ ଚଳଚିତ୍ରର କାହାଣୀ ପରି ଲାଗୁଥିଲେ ମଧ୍ୟ ବାସ୍ତବରେ ଘଟିଛି ବ୍ରହ୍ମପୁର ସହରରେ । ଏଭଳି ଏକ ଦୁଃଖ ଦାୟକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଅଞ୍ଚଳର ସାଇ ସୁରି ସରାଭ ନାମକ ଜୈନିକ ଯୁବତୀ ଜଣକ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅନନ୍ତ ନଗରରେ ରହି ଆସୁଥିଲେ । ତେବେ ଖାରାବେଳେ ନଗର ରୁବି ଚକ୍ଷୁ ଚିକିତ୍ସାଳୟ ଠାରେ ରହୁଥିବା ସୁମନ ସାହୁଙ୍କ ସହ ଗଢ଼ି ଉଠିଥିଲା ତାଙ୍କ ବନ୍ଧୁତା । ଆଉ  ଧୀରେ ଧୀରେ  ଉଭୟେଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମିକ ଯୁବକ ସୁମନଙ୍କ  କହିବା ମୁତାବକ ୨୦୧୭ ମସିହାରେ ସାଇସୁରି ଏବଂ ସେ ଦୁହେଁ ଏକା କଲେଜରେ ପଢୁଥିଲେ । ତାଙ୍କର ଦେଖା ସାକ୍ଷାତ ସେଇଠୁ ଆରମ୍ଭ ହୋଇଥିଲା । ସେଠାରୁ କଥା ବାର୍ତ୍ତାରୁ ଆରମ୍ଭ ବନ୍ଧୁତା । ଆଉ ପରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ ।  କଥା ଏତେଦୂର ଗଲାଯେ ଦୁହେଁ ପରସ୍ପର ବାହା ହେବା ଲାଗି ନିଷ୍ପତି ମଧ୍ୟ ନେଇଥିଲେ । କିନ୍ତୁ ସୁମନ କହିବା ଆନୁଯାଇ କଲେଜ ପଢ଼ା ସରିବା ପରେ ଚାକିରି ମିଳିଲେ ବାହା ହବା ପାଇଁ ଘର ଲୋକ ସହ କଥା ହେବା ପ୍ରତିଶ୍ରୁତି ଦେଇଥିଲେ ।  ଏଥିରେ ଯୁବତୀ ଜଣକ ରାଜି ମଧ୍ୟ ହୋଇଥିଲେ । ଏହା ପରେ ସୁମନ ଆଉ  ଯୁବତୀଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ଏମିତି ଚାଳିବାରେ ଲାଗିଲା । ଏମିତି କିଛି ଦିନ ଉଭୟେଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିବା ପରେ ଦୁହିଁଙ୍କ ପରିବାର ଲୋକେ ମଧ୍ୟ ଜାଣିଥିଲେ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ । ପରେ ପରେ ସୁମନ ଓ ସାଇସୁରଙ୍କ ଘର ଲୋକେ ଏହି ପ୍ରେମ ସଂପର୍କ ବିଷୟରେ ଜାଣିବାପରେ ଚିନ୍ତିରେ ପଡ଼ିଥିଲେ କି ଦୁହେଁଙ୍କ ଜାତି ସାମନ ନଥିଲା । ଏମିତି କିଛି ଦିନ ଗଲା ପରେ ଯୁବତୀ ଜଣକ ସୁମନଙ୍କ ମାଁ ସହ ମଧ୍ୟ ମଝିରେ ମଝିରେ କଥା ବାର୍ତା  ହେଉଥିଲେ । ତେବେ ସୁମନଙ୍କ ମାଁ ଯୁବତୀ ଜଣକୁ ପାଠ ପଢ଼ାପଢ଼ି ପ୍ରତି ଧ୍ୟାନ ଦେବା ଲାଗି ବୁଝାଉଥିଲେ । ଏହାସହ ଉଭେୟଙ୍କ ଜାତି ଅଲଗା ଥିବା କହିବା ସହ ସୁମନ ଠାରୁ ଭଲ ପୁଅ ମିଳିବ ଏବଂ ଅନ୍ୟ କୋଉଠି ବାହା ହେବା ଲାଗି କହିଥିଲେ । ଏବଂ ପୁଅ ସହ ମିଶା ମିଶି ବନ୍ଦ କରିବା ଲାଗିବା ଲାଗି ବୁଝାଇଥିଲେ ।  ପରେ ପରେ ଯୁବକ ଓ ଯୁବତୀ ମଧ୍ୟରେ ଏହି କଥା କୁ ନେଇ ଦୀର୍ଘ ୫ମାସ ଧରି କଥାବାର୍ତ୍ତା ବନ୍ଦ ହୋଇଥିଲା । କିନ୍ତୁ ସାଇସୁର ସୁମନ ବିନା ରହିପାରିବନି ବୋଲି ଅନ୍ୟ ସାଙ୍ଗ ସାଥୀଙ୍କୁ କହିଥିଲା । ସାଙ୍ଗସାଥି ମାନେ ଆସି ପୁଅକୁ ଜଣେଇବା ସହ ବହୁ ବୁଝାସୁଝା ପରେ ଦୁହେଁ ମଧ୍ୟରେ କଥା ବାର୍ତା ଆରମ୍ଭ ହୋଇଥିଲା । ପରେ କଥା ଏତେଦୂର ଗଲା ଯେ ଝିଅ ଜଣକ ଘର ଛାଡ଼ି ଚାଲିଯିବା ଲାଗି ପୁଅକୁ ବାଧ୍ୟ କରିଥିଲା ।  କୌଣସି କାମଧନ୍ଦା ସହ ଆମଦାନୀ ନଥିବା ଯୋଗୁ ଏଥିରେ ପୁଅ ଅରାଜି ହୋଇ ନ ଯିବା ଲାଗି ଝିଅକୁ ପରାମର୍ଶ  ଦେଇଥିଲେ । ପୁଅର ଏହି କଥା ଶୁଣିବା ପରେ ଝିଅ ଜଣକ ମାନିଥିଲା । ଇତି ମଧ୍ୟରେ ଝିଅ ଏବଂ ପୁଅ ମଧ୍ୟରେ କଥାବାର୍ତ୍ତା ଆଗକୁ ବଢ଼ିବାରେ ଲାଗିଥିଲା । କିନ୍ତୁ ହଟାତ୍ ଆଜି ଅର୍ଥାତ୍ ସମୋବାର ଦିନ ସକାଳ ଝିଅ ଜଣକ ପୁଅ ସୁମନ ର ମାଁ ଙ୍କୁ ଫୋନ ମାଧ୍ୟମରେ ସୁମନ ବିନା ରହିପାରିବି ନାହିଁ ଏବଂ ମୁଁ ଆପଣଙ୍କ ପୁଅକୁ ନିଜର ଜୀବନସାଥୀ ବନେଇବା ପାଇଁ ଚାହେଁ ବୋଲି କହିଥିଲେ । ଏହି କଥା ପରେ ପୁଅର ମାଁ ଅରାଜି ହେବା ସହ ପୁଅ ସୁମନ ସହ ସମ୍ପର୍କ ନ ରଖିବା ପାଇଁ ତାଗିତ କରିଥିଲେ । ଏଥିରେ ଝିଅ ଜଣେ ବିଚଳିତ ହୋଇ ପୁଅ ସୁମନକୁ  ଫୋନ ମାଧ୍ୟମରେ  ଭିଡ଼ିଓ କଲ୍ କରିବା ସହ ଆତ୍ମହତ୍ୟା କରିବ ବୋଲି କହି ଭିଡ଼ିଓ ଦ୍ୱାରା ଲାଇଭ୍ ମଧ୍ୟମରେ ଆତ୍ମହତ୍ୟା କରିଥିଲା । କିନ୍ତୁ ସୁମନ ପ୍ରେମିକା ସାଇ ସୁର ସରଫ ଙ୍କୁ ବହୁ କାକୁତିମିନତି ସହ ଏଭଳି ଆତ୍ମହତ୍ୟା ପଦକ୍ଷେପ ନ ନେବା ଲାଗି କହିବା ସହ ଏହାର କିଛି ସମାଧାନଭ ସହ ପଦକ୍ଷେପ ନେବା ବୋଲି  କହିବା ସଙ୍ଗେସଙ୍ଗେ ଝିଅର ପ୍ରାଣବାୟୁ ଆଉ ନଥିଲା । ଏତିକିବେଳେ ଝିଅ ରାହୁଥିବା ହଷ୍ଟେଲ ପାଖ ନିକଟ ଆଉ ଏକ ହଷ୍ଟେଲ ଛାତ୍ରୀଙ୍କୁ ସୁମନ ଏ ନେଇ ଜଣେଇଥିଲେ । ଘଟଣା ସ୍ଥଳରେ କିଛି ଛାତ୍ରୀ ସାଇଙ୍କ ରୁମ୍ ରେ ପହଞ୍ଚି କବାଟ ବାଡେଇଥିଲେ । କିନ୍ତୁ ଭିତର ପଟୁ କବାଟ ଖୋଲି ନଥିଲା ସାଇ । ପରେ ପୁଅ ସୁମନ ଉକ୍ତ ହଷ୍ଟେଲ ଠାରେ ପହଞ୍ଚି ସାଇ ରହୁଥିବା ରୁମ୍ ର କବାଟ ଭାଙ୍ଗିବା ସହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲକୁ ନେବା ବାଟରେ ସାଇଙ୍କ ମୃତ୍ୟ ଘଟିଥିବା ସୂଚନାଯୋଗ୍ୟ । ଏହି ଘଟଣାରେ  ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଏତଲା ଦେବା ପରେ ପ୍ରେମିକ ସୁମନଙ୍କୁ ଏମ୍.କେ.ସି.ଜି ମେଡ଼ିକାଲ ଫାଣ୍ଡି ପକ୍ଷରୁ ଅଟକ ରଖି ଅଧିକ ତଦନ୍ତ କରୁଛି ବୈଦ୍ୟନାଥପୁର ଥାନା ପୋଲିସ।

Comments are closed.