Odisha news

୬୧ତମ ଜାତୀୟ ଫାର୍ମସୀ ଦିବସ ପାଳିତ

0
ବ୍ରହ୍ମପୁର ତା ୨୬।୧୧.ସ୍ଥାନୀୟ ଡାଇମଣ୍ଡ ଜୁବୁଲୀ ଟାଉନ ହଲ ଠାରେ ଜାତୀୟ ଫାର୍ମସୀ ସପ୍ତାହ ପାଳନର ଆୟୋଜିତ ହୋଇ ଯାଇଛି। ଚଳିତ ବର୍ଷ ଜାତୀୟ ଫାର୍ମାସି ସପ୍ତାହର ମୁଖ୍ୟ ବିଷୟ ବସ୍ତୁ ହେଲା  “ଫର୍ମାସୀ ଅଫ ଦା ୱଲ୍ଡ ଇଣ୍ଡିଆ”ରହିଥିବା ବେଳେ ଜିଲ୍ଲା ସଭାପତି ଖଲି ସୁବୁଦ୍ଧି ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ କଟକ ଏସସିବି ଭେଷଜ ମହାବିଦ୍ୟାଳୟ ଫାର୍ମସୀ ବିଭାଗ ଡ଼ ସରୋଜ କୁମାର ଚୌଧୁରୀ ଯୋଗ ଦେଇ ଥିଲେ।ସମ୍ମାନୀତ ଅତିଥି ଭାବେ  ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା,ଡ଼ ଉମାଶଙ୍କର ମିଶ୍ର ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗ ଦାନ କରିଥିଲେ।ଏହିପରିପ୍ରେକ୍ଷୀରେ ସଂଘପକ୍ଷରୁ ସଦସ୍ୟ ମାନଙ୍କ ନିମନ୍ତେ ରହିଥିବା ଦାବି ଗୁଡ଼ିକୁ ଅତିଥି ମାନଙ୍କ ମଧ୍ୟରେ ଉପସ୍ଥାପନ କରାଯାଇଥିଲା। ଏହା ସହ ଉକ୍ତ ଦାବି ଗୁଡ଼ିକ ପୂରଣ କରିବା ପାଇଁ ନିଜସ୍ବ ପ୍ରଚେଷ୍ଟା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେମାନେ ଦାବି କରିଛନ୍ତି। ୬୧ ତମ ଫାର୍ମସୀ ସପ୍ତାହ ପାଳନ ଅବସରରେ ଫାର୍ମସୀ ବିଭାଗ ର ବିଭିନ୍ନ
 ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଶ୍ରୀକାନ୍ତ ଜେନା ସାଧାରଣ ସମ୍ପାଦକ ଓପ, ନବୀନ କୁମାର ମହାପାତ୍ର, ପୂର୍ବତନ ସଭାପତି ଓମ ଏବଂ ଜିଲ୍ଲା ର ସାଧାରଣ ସଂପାଦକ ଅଭିମନ୍ୟୁ ଶତପଥୀ, କୋଷାଧ୍ୟକ୍ଷ ଅଶୋକ ପାତ୍ର, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଇ ଧର୍ମ ରାଜୁ,ପ୍ରମୋଦ କୁମାର ପାଢୀ ଙ୍କ ସମେତ ବହୁ ବିଭିନ୍ନ ଜିଲ୍ଲାର କାର୍ଯ୍ୟନିର୍ବାହୀ ସଭ୍ୟମାନେ ଉପସ୍ଥିତ ରହି ଭାଗ ନେଇ ଥିଲେ।
Nalco
Leave A Reply