ବ୍ରହ୍ମପୁର ପୋଲିସ କାଯ୍ୟଳୟ ରେ, ବ୍ରହ୍ମପୁର ପୋଲିସ ଏବଂ ବ୍ରହ୍ମପୁର ର ବିଭିନ୍ନ ମହାବିଦ୍ୟାଳୟ/ କଲେଜ ପ୍ରିନସିପାଲ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର ପୋଲିସ କାଯ୍ୟଳୟ ରେ, ବ୍ରହ୍ମପୁର ପୋଲିସ ଏବଂ ବ୍ରହ୍ମପୁର ର ବିଭିନ୍ନ ମହାବିଦ୍ୟାଳୟ/ କଲେଜ ପ୍ରିନସିପାଲ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକ ରେ 29 ଟି ବିଭିନ୍ନ କଲେଜ ପ୍ରିନସିପାଲ ଏବଂ ଆଣ୍ଟି ରାଗିଙ୍ଗ କମିଟିର କିଛି ସଦସ୍ୟ ଯୋଗ ଦେଇଥିଲେ। ଆଲୋଚନା ହୋଇଥିବା ବିଷୟଗୁଡ଼ିକ ହେଲା l ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ କଲେଜରେ ଆଣ୍ଟି ରାଗିଂ କମିଟି ରହିବା ଉଚିତ୍ | କମିଟି ସକ୍ରିୟ ହେବା ସଂଗେ ସଂଗେ ବାରମ୍ବାର ଛାତ୍ର ସହ ସାକ୍ଷାତ ହେବା ଉଚିତ ଏବଂ ଜୁନିଅର ଛାତ୍ର/ଛାତ୍ରୀ ମାନଙ୍କ ପାଖରେ ସେମାନଙ୍କର ଯୋଗାଯୋଗ ନମ୍ବର ଉପଲବ୍ଧ ହେବା ଉଚିତ |
ଜୁନିଅର ଛାତ୍ର/ଛାତ୍ରୀ ମାନେ ଜାଣିବା ଉଚିତ୍ ଯେ କାହାକୁ ରିପୋର୍ଟ କରିବେ ଏବଂ କୌଣସି ରାଗିଂ କ୍ଷେତ୍ରରେ କିପରି ରିପୋର୍ଟ କରିବେ | ରିପୋର୍ଟ କରାଗଲେ ଆଣ୍ଟି ରାଗିଂ କମିଟି ତଦନ୍ତ କରି ଶୀଘ୍ର କାଯ୍ୟନୁଷ୍ଠାନ କରିବେ ଯଦି ରାଗିଂ ସତ୍ୟ ଦେଖାଯାଏ, ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଆନୁପାତିକ ଦଣ୍ଡ ଛାତ୍ରଙ୍କୁ ପ୍ରଦାନ କରାଯିବା ଉଚିତ୍ |
ଯଦି ସେମାନଙ୍କର ଅନୁସନ୍ଧାନ ସମୟରେ କୌଣସି ଅପରାଧିକ କାର୍ଯ୍ୟ ଦେଖିବାକୁ ମିଳେ, ତେବେ ପ୍ରିନ୍ସିପାଲମାନେ ଏହାକୁ ତୁରନ୍ତ ସ୍ଥାନୀୟ ପୋଲିସ ଷ୍ଟେସନରେ ଜଣାଇବା ଉଚିତ୍। ପର୍ଯ୍ୟାୟକ୍ରମେ କଲେଜ ଛାତ୍ରମାନଙ୍କ ପରିଦର୍ଶନ ଏବଂ ଯୋଗାଯୋଗ ପାଇଁ ସ୍ୱତନ୍ତ୍ର ପୋଲିସ ଦଳ ଗଠନ କରାଯିବ |
