Odisha news

ଜିଲାରେ ପୁଣି ୪ ଡେଙ୍ଗୁ ଚିହ୍ନଟ ୧୦ ‘ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

0
ଵ୍ରହ୍ମପୁର ୧୧/୮- ଜିଲ୍ଲାରେ  ବୁଧବାର ପୁଣି ଥରେ ଚାରିଗୋଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ସଂଖ୍ୟା ଏବେ ୧୦ରେ ପହଞ୍ଚିଛି। ଜଗନ୍ନାଥପ୍ରସାଦ, ଦିଗପହଣ୍ଡି , ପାତ୍ରପୁର ଓ ସୋରଢା ବ୍ଲକରେ ଜଣେ ଲେଖାଏଁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଜଣେ ନାବାଳକ ସମେତ ତିନି ଜଣ ମହିଳା ରହିଛନ୍ତି। ଜଗନ୍ନାଥପ୍ରସାଦ  ବ୍ଲକ ଅନ୍ତର୍ଗତ ବି. ଗୁଣ୍ଡିରିବାଢ଼ିର ଜଣେ ୫୦ ବର୍ଷୀୟା ମହିଳାଙ୍କୁ   ଜ୍ୱର ଓ ଖାସ ଲାଗିରହିଥିଲା।  ତାଙ୍କର ଡେଙ୍ଗୁ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇ ଏମକେସିଜିର ପେଥୋଲୋଜିକୁ ପଠା ଯାଇଥିଲା। ଉକ୍ତ ମହିଳାଙ୍କ ଡେଙ୍ଗୁ ରିପୋର୍ଟ ପଜେଟିଭି ଆସିଛି। ସେହିପରି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଡାଉଣୀ ଗ୍ରାମର ଜଣେ ୪୨ ବର୍ଷୀୟା ମହିଳା ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ଜ୍ୱର ନ କମିବାରୁ  ତାଙ୍କର ଡେଙ୍ଗୁ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ପରୀକ୍ଷା ପରେ ବୁଧବାର ତାଙ୍କ ଡେଙ୍ଗୁ ପଜେଟିଭ ଆସିଛି। ସେହିପରି ପାତ୍ରପୁର ବ୍ଲକର ମଣ୍ଡରଢା ଗ୍ରାମର ଜଣେ ୧୪ ବର୍ଷର ନାବାଳକଙ୍କ ଜ୍ୱର ଓ ଖାସ ନ କମିବାରୁ ତାଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ତାଙ୍କର ଡେଙ୍ଗୁ ରିପୋର୍ଟ ପଜେଟିଭ ଆସିଛି। ସେହିପରି ସୋରଢା ବ୍ଲକର ଲାଠିପଢ଼ା ଗ୍ରାମର ୨୭ ବର୍ଷର ଜଣେ ମହିଳାଙ୍କ ବୁଧବାର  ମଧ୍ୟ ଡେଙ୍ଗୁ ରିପୋର୍ଟ ପଜେଟିଭ ଆସିଛି। ବର୍ତ୍ତମାନ ଉକ୍ତ ୪ଜଣ  ଆକ୍ରାନ୍ତ ଏମକେସିଜି ମେଡିକାଲର ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।  ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଧୀରେ ଧୀରେ ବଢିବାରେ ଲାଗିଛି।  ଜିଲା ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱାସ୍ଥ୍ୟ ଟିମ ଡେଙ୍ଗୁ ଆକ୍ରାନ୍ତଙ୍କ ଅଞ୍ଚଳକୁ ଯାଇ ସେଠାକାର ସ୍ଥିତି ଯାଞ୍ଚ କରୁଛନ୍ତି। ସ୍ୱାସ୍ଥ୍ୟ ଟିମ ସ୍ଥାନୀୟ ଜନସାଧରଣଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରୁଛନ୍ତି। ସେହିପରି ଖାଲୁଆ ସ୍ଥାନରେ ଦୀର୍ଘଦିନ ଧରି ଜମି ରହୁଥିବା ସ୍ଥାନ ଗୁଡିକରେ ଏଡିସ ମଶାର ଲାର୍ଭା ଅଛି କି ନାହିଁ ସେ ନେଇ ମଧ୍ୟ ସ୍ୱାସ୍ଥ୍ୟ ଟିମ ସେଠାକାର ସ୍ଥିତି  ଯାଞ୍ଚ କରିଛନ୍ତି।ନାଳ ଓ ଖାଲୁଆ ଅଞ୍ଚଳରେ ଜମି ରହିଥିବା ପାଣିରେ ମଶା ନିପାତ ପାଇଁ ସେଠାରେ ସ୍ପ୍ରେ କରିବାକୁ ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ଉକ୍ତ ଟିମ ପରାମର୍ଶ ଦେଉଛନ୍ତି ବୋଲି ଜିଲା ସ୍ୱାସ୍ଥ୍ୟଧିକାରୀ (ସିଡ଼ିଏମଓ ) ଡା. ଉମାଶଙ୍କର ମିଶ୍ର କହିଛନ୍ତି।
Nalco
Leave A Reply