ଵ୍ରହ୍ମପୁର , ୧୦/୮- ଲାଞ୍ଜିପଲି ବାଇପାସରୁ ଜଣେ ବ୍ୟବସାୟୀଙ୍କ ନିକଟରୁ ଅବକାରୀ ବିଭାଗ ୧ କୋଟି ୨୧ଲକ୍ଷ ୯୭ହଜାର ୫୦୦ଟଙ୍କା ଜବତ କରିଥିଲା। ସେହିପରି ପଚରାଉଚରା ପରେ ଵ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୨୩ ଗୋଟି ସୁନା ବିସ୍କୁଟ ଜବତ ହୋଇଥିଲା ବୋଲି ଵ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ . ବୁଧବାର ସୂଚନା ଦେଇଛନ୍ତି।ବର୍ତ୍ତମାନ ଆୟକର ବିଭାଗ ଜବତ ଟଙ୍କାର ଖୋଲତାଡ କରୁଥିବା ବେଳେ ଜିଏସଟି ବିଭାଗ ଆନନ୍ଦ ଜ୍ଵବେଲେରି ଦୋକାନରେ ଜବତ ସୁନା ଓ ଦୋକାନରେ ମହଜୁଦ ଥିବା ସୁନା ଅଳଙ୍କାରର ଛାନବିନ କରୁଛି। ଏନେଇ ବୁଧବାର ସନ୍ଧ୍ୟାରେ ଡେପୁଟି କମିଶନର ସିଟି ଏବଂ ଜିଏସଟି ଏନଫୋର୍ସମେଣ୍ଟ (ଵ୍ରହ୍ମପୁର) ଦେବକଲ୍ୟାଣ ବେହେରା ସୂଚନା ଦେଇଛନ୍ତି।
ବ୍ୟବସାୟୀ ଜଣଙ୍କ ଏତେ ପରିମାଣର ସୁନା ଅଳଙ୍କାର କେହୁଁଠୁ ଆଣିଲେ, ଗଛିତ ସୁନା ବିସ୍କୁଟ ଓ ଅଳଙ୍କାରର ଜିଏସଟି ପୈଠ କରିଛନ୍ତି କି ନାହିଁ ସେ ନେଇ ଦୋକାନ ମାଲିକଙ୍କୁ ପଚରାଉଚରା ଚାଲିଛି ବୋଲି ସେ କହିଛନ୍ତି। ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ ଅବକାରୀ ଧରପଗଡ଼ ବେଳେ ଜାତୀୟ ରାଜପଥ ଲାଞ୍ଜିପଲି ବାଇପାସ ଦେଇ ଯାଉଥିବା ଏକ ସରକାରୀ ବସରୁ ଜଣେ ଯାତ୍ରୀଙ୍କ ଠାରୁ ୧କୋଟି ୨୧ଲକ୍ଷ ୯୭ ହଜାର ୫୦୦ଟଙ୍କା। ଅବକାରୀ ପୋଲିସ ଜଣେ ମହାରାଷ୍ଟ୍ର ସାଙ୍ଗାଲିର ବ୍ୟବସାୟୀ ଦଶରଥ ସାହୁକାରଙ୍କୁ ଧରିଥିଲା। ଜେରା ବେଳେ ସେ ମହାରାଷ୍ଟ୍ରରୁ ସୁନା ଆଣି ଜିଏସଟି ଫାଙ୍କି ଵ୍ରହ୍ମପୁରରେ ଚୋରାକାରବାର କରୁଥିବା ଜଣାପଡିଥିଲା। ସୁନା କାରବାର କରି ବ୍ୟବସାୟୀ ଜଣଙ୍କ ଏହି ଟଙ୍କା ପାଇଥିବା ଅବକାରୀ ପୋଲିସକୁ କହିଥିଲେ। ପରେ ଉକ୍ତ ଟଙ୍କା ସହ ବ୍ୟବସାୟୀଙ୍କୁ ଅବକାରୀ ପୋଲିସ ବୈଦ୍ୟନାଥପୁର ଥାନାରେ ହସ୍ତାନ୍ତର କରିଥିଲା। ପୋଲିସ ତାଙ୍କୁ ଅଧିକ ଜେରା କରିବା ପରେ ଵ୍ରହ୍ମପୁରର ଆନନ୍ଦ ଜବେଲେରି ନାମକ ଜଣେ ସୁନା ବ୍ୟବସାୟୀଙ୍କ ନିକଟରୁ ୨୩ ଗୋଟି ସୁନା ବିସ୍କୁଟ ଜବତ କରାଯାଇଥିଲା।
