ଵ୍ରହ୍ମପୁର , ୩/୮- ଏସିଜେଏମ ଅନୁପମ ପାତ୍ର ବୁଧବାର ପୋଲିସକୁ ବନ୍ଧୁକ ଦେଖାଇ ହତ୍ୟା ଉଦ୍ୟମ କରିଥିବା ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ସେ ପାର୍କସାହିର ସୁବାସ ଚନ୍ଦ୍ର ନାୟକ ଓରଫ ଆଣ୍ଡଲା (୩୫)। ଘଟଣାରୁ ପ୍ରକାଶ ଯେ, ଗତ ୨୦୧୬ ମଇ ୨୨ ତାରିଖ ଗୋଶାଣିନୁଆଗାଁ ଥାନା ପୋଲିସ ରାତ୍ରକାଳୀନ ପେଟ୍ରୋଲିଂକରୁଥିଲା।
ଜାତୀୟ ରାଜପଥ ହଳଦିଆପଦର ଜଙ୍କସନ ନିକଟରେ ପୋଲିସକୁ ଦେଖି ଆଣ୍ଡଲା ବନ୍ଧୁକ ଦେଖାଇହତ୍ୟା ଉଦ୍ୟମ କରିଥିଲା। ପରେ ଗାଡ଼ି ଛାଡ଼ି ଆଣ୍ଡଲା ଖସି ପଳାଇଥିଲା। ପୋଲିସ ଉକ୍ତ ଗାଡି ଜବତ କରି ଯାଞ୍ଚ ବେଳେ ଗାଡ଼ିରେ ଲାଗିଥିବା (ବକ୍ସ) ଡିକି ଭିତରୁ ୪ ଗୋଟି ଜୀବନ୍ତ ବୋମା ଜବତ କରିଥିଲା।ଘଟାଣର ଦୁଇଦିନ ପରେ ଚିକିଟି – ଟାମଣା ଘାଟି ରାସ୍ତାରେ ପୋଲିସ ଆଣ୍ଡଲାଙ୍କୁ ଏନକାଉଣ୍ଟର କରି କାବୁ କରିଥିଲା।
ଗୋଶାଣିନୁଆଗାଁ ପୋଲିସ ମାମଲା ନମ୍ବର ୩୩/୧୬ ରେ ଆଣ୍ଡଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ତଥା ଥାନାଧିକାରୀ ଶିବ ଶଙ୍କର ମହାପାତ୍ର ଓ ରମେଶ ଚନ୍ଦ୍ର ଦାଶ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ପରେ ଆଣ୍ଡଲାଙ୍କୁ କୋର୍ଟରୁ ଜାମିନ ମିଳିଥିଲା। ଏହି ମମାଲର ବିଚାରଣା ବେଳେ ଆଣ୍ଡଲାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜଶିଟ ଓ ୧୦ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଉପଯୁକ୍ତ ପ୍ରମାଣ ମିଳିନଥିବାରୁ ଏସିଜେଏମ ଆଣ୍ଡଲାଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ପ୍ରସନ୍ନ ପାତ୍ର ଓ ମୁଦୁଲାଙ୍କ ପକ୍ଷତୁ ଆଇନଜୀବୀ ସୟାଦ ଇକବାଲ ମକଦ୍ଦମା ପରିଚାଳନା କରିଥିଲେ।
