ଓଜନକୁ ନେଇ ଆଜିର ଯୁବପିଢ଼ି ବେଶ୍ ଚିନ୍ତିତ । ଓଜନ କମ୍ କରିବା ପାଇଁ ଲୋକେ ଖାଦ୍ୟ ଖାଉ ନାହାନ୍ତି । ଖାଦ୍ୟ ନ ଖାଇଲେ ଓଜନ କମ୍ ହୁଏ
ନାହିଁ, ବଢ଼େ । ଏହା ସହ ବ୍ୟକ୍ତି ସ୍ୱଭାବରେ ଚିଡ଼ଚିଡ଼ା ହୋଇଯାଏ । ବିଶେଷଜ୍ଞଙ୍କ ମତରେ ରାତିରେ ଖାଲିପେଟରେ ନ ଶୋଇ ଅଳ୍ପ କିଛି ଖାଇବା ଦରକାର । ରାତିରେ ନ ଖାଇଲେ ମସ୍ତିଷ୍କ ଉପରେ ପ୍ରଭାବ ପଡ଼େ ଓ ନିଦ ହୁଏ ନାହିଁ । ଏହା ଦ୍ୱାରା ଅବସାଦ ଓ ବିରକ୍ତିଭାବ ବଢ଼ିଥାଏ । ସେତିକି ନୁହେଁ, ବ୍ୟକ୍ତି ଅଧିକ ରାଗେ । ଏହା ଦ୍ୱାରା ବ୍ୟକ୍ତିକୁ ମୁଡ୍ ସ୍ୱିଙ୍ଗସ୍ର ସାମ୍ନା କରିବାକୁ ପଡ଼େ । ଏସବୁରୁ ଦୂରେଇ ରହିବା ଲାଗି ଆବଶ୍ୟକ ମୁତାବକ ଖାଇବା ସହ ୭-୮ ଘଣ୍ଟା ଶୋଇବା ନିହାତି ଜରୁରୀ ।
Prev Post