Odisha news

ପେଟରେ ଗ୍ୟାସ ହେବାର କାରଣ କଣ : ବଦଳାଇ ଦିଅନ୍ତୁ ନିଜର ଏହି ୪ଟି ଆଭାସ ଓ ନିଜକୁ କଷ୍ଟରୁ ମୁକ୍ତ ରଖନ୍ତୁ

0

ପେଟରେ ଗ୍ୟାସ ଉତ୍ପନ୍ନ ଆଜିକାଲିର ଗୋଟିଏ ସାଧାରଣ ସମସ୍ୟା l ଏହା ଗୋଟିଏ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ବେଳେବେଳେ ଏହା ଅନେକ ଯନ୍ତ୍ରଣା ଦାୟକ ହୋଇଥାଏ l ଯଦି ଆପଣ ଗ୍ୟାସ ସମସ୍ୟାକୁ ଅଣଦେଖା କରିବେତ ଏହା ଆଗକୁ ଯାଇ ଭୟଙ୍କର ରୂପ ନେଇପାରେ l ଏହାର ଚିକିତ୍ସା କରିବା ପୂର୍ବରୁ ପ୍ରଥମେ ଏହାର କାରଣ ବିଷୟରେ ଜାଣିବା ନିହାତି ଆବଶ୍ୟକ l

* ସାଧାରଣତଃ ଆମର ଅନ୍ତ ଭିତରେ ଗ୍ୟାସ ରହିଥାଏ ,ଯାହା ଯାହା ବୃହଦାନ୍ତ ଉପରେ ପ୍ରଭାବ ପକାଇଥାଏ l ଯଦି ଆପଣଙ୍କର ସବୁବେଳେ ଗ୍ୟାସ ସମସ୍ୟା ଦେଖା ଯାଉଛି ତେବେ ବଦହଜମି କାରଣ ମଧ୍ୟ ହୋଇପାରେ ଓ ଏହା ସହିତ ଆପଣଙ୍କର ସମଗ୍ର ପାଚନ ତନ୍ତ୍ର ଖରାପ ହୋଇଯାଇଥାଏ l ପେଟର ଗ୍ୟାସ ବେଳେବେଳେ ଶରୀରର ଅନ୍ୟ ଭାଗକୁ ମଧ୍ୟ ବ୍ୟାପି ଯାଇଥାଏ l

*ଆଜିକାଲିର ଜୀବନ ଚର୍ଯ୍ୟା ଓ ଖାଇବା ପିଇବା ମଧ୍ୟ ଗ୍ୟାସ ସମସ୍ୟାର ଗୋଟିଏ କାରଣ ଅଟେ l ତା ସହିତ ଆପଣଙ୍କର କିଛି ଅସ୍ୱାସ୍ଥ୍ୟକର ଅଭ୍ୟାସ ମଧ୍ୟ ଗ୍ୟାସର ଆଉ ଗୋଟିଏ କାରଣ ଅଟେ l

* ଝାଡା ସଫା ନ ହେବା ଅର୍ଥାତ କୋଷ୍ଠ କାଠିନ୍ୟ ମଧ୍ୟ ଗ୍ୟାସ ସମସ୍ୟାର ଗୋଟିଏ କାରଣ l

କିଛିଟା ଘରୋଇ ଉପାୟ ଦ୍ୱାରା ଏସିଡ଼ିଟି ଓ ଗ୍ୟାସକୁ ଏଡାଇ ପାରିବ ଆସନ୍ତୁ ଜାଣିବା –

*ସକାଳ ଜଳଖିଆ ଖାଇବା ନିହାତି ଆବଶ୍ୟକ -ଗ୍ୟାସର ମୁଖ୍ୟ କାରଣ ହେଲା ସକାଳର ଜଳଖିଆ ନଖାଇବା l ଯେଉଁ କାରଣରୁ ଖାଲି ପେଟରେ ଗ୍ୟାସ ହୋଇଥାଏ l ସେଥିପାଇଁ ସକାଳର ଜଳଖିଆ ସୁସ୍ଥ ରଖିବା ସହିତ ଗ୍ୟାସ ସମସ୍ୟାକୁ ଦୂର କରିଥାଏ l

* ଅଧିକ ଖାଇବା ଦ୍ୱାରା ମଧ୍ୟ ହୋଇପାରେ ଗ୍ୟାସ -ଯଦି ଆପଣ ଗ୍ୟାସ ହେବାର ଅନୁଭବ କରୁଛନ୍ତି ତେବେ ଏହାର ଆଉ ଗୋଟିଏ କାରଣ ଅଧିକ ଖାଇବା ମଧ୍ୟ ହୋଇପାରେ l ଅଧିକାଂଶ ଲୋକ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇଥାନ୍ତି ,ଏପରି କରିବା ଦ୍ୱାରା ଖାଦ୍ୟ ହଜମ ହେବାରେ ସମୟ ଲାଗିଥାଏ ଯାହା ଫଳରେ ଗ୍ୟାସ ଅନୁଭୂତ ହୋଇଥାଏ l

*ଗୋଟିଏ ସ୍ଥାନରେ ବସିବା ଅଭ୍ୟାସ ଛାଡ଼ନ୍ତୁ – ଅନେକ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ମଧ୍ୟ ଗ୍ୟାସ ଅନୁଭୂତ ହୋଇଥାଏ l କାରଣ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଖାଦ୍ୟ ହଜମ ହୋଇ ନଥାଏ ଓ ଯାହା ଫଳରେ ବଦହଜମି ସମସ୍ୟା ଦେଖାଦେଇ ଗ୍ୟାସ ହୋଇଥାଏ l ତେଣୁ ଚାଲିବା ଗୋଟିଏ ଭଲ ଅଭ୍ୟାସ ଏହାକୁ ଜାରି ରଖନ୍ତୁ l

*ଗ୍ୟାସ ସମସ୍ୟା ପାଇଁ ନିୟମିତ ଭାବରେ ସତେଜ ଫଳ ଓ ତାର ରସ ସେବନ କରନ୍ତୁ l ଏହା ଗ୍ୟାସ ସମସ୍ୟା ପାଇଁ ଗୋଟିଏ ଭଲ ଉପାୟ ଅଟେ l

Nalco
Leave A Reply